କାଶ୍ମୀରରେ ୨୫ବିଦେଶୀ କୂଟନୀତିଜ୍ଞ , ଅନୁଧ୍ୟାନ କଲେ ସ୍ଥିତି : ଭାରତର ଯୁକ୍ତିକୁ ସମର୍ଥନ କରି ରୁଷ୍‌ କହିଲା କାଶ୍ମୀରରେ ସବୁ ଠିକ୍ ଠାକ୍

Published By : Prameya-News7 Bureau | February 12, 2020 IST

ଶ୍ରୀନଗର ୧୨।୦୨:  ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରର ୬ମାସ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଦ୍ବିତୀୟ ଥର ଜାମ୍ମୁକାଶ୍ମୀର ଗସ୍ତ କଲେ ବିଦେଶୀ ପ୍ରତିନିଧି । ଏହି ପ୍ରତିନିଧି ମଣ୍ଡଳୀରେ  ମୋଟ ୨୫ଜଣ କୂଟନୀତିଜ୍ଞ ସାମିଲ ଅଛନ୍ତି । ପ୍ରତିନିଧି ମଣ୍ଡଳୀରେ ୟୁରୋପିଆନ୍‌ ୟୁନିୟନ ସଦସ୍ୟଙ୍କ ସମେତ ଜର୍ମାନୀ, କାନାଡା, ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ମେକ୍ସିକୋ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଉଜ୍‌ବେକିସ୍ତାନ, ପୋଲାଣ୍ଡ ଓ କିଛି ଉପସାଗରୀୟ ଦେଶର ପ୍ରତିନିଧି ସାମିଲ ଅଛନ୍ତି ।

{"id":223737,"sizeSlug":"large"}

ଜାମ୍ମୁ କାଶ୍ମୀର ପୁଣି ସ୍ଥିତି ଅନୁଧ୍ୟାନ କଲେ ୨୫ଜଣିଆ ବିଦେଶୀ ପ୍ରତିନିଧି । ଗତ ମାସ ୯ ଓ ୧୦ତାରିଖ ଦୁଇଦିନ ଧରି ଜାମ୍ମୁକାଶ୍ମୀର ଗସ୍ତ କରିଥିଲା ଏକ ବିଦେଶୀ ପ୍ରତିନିଧି ଦଳ ।  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଦେଶୀ ପ୍ରତିନିଧିଙ୍କ ଏହା ଦ୍ବିତୀତ ଥର ଜାମ୍ମୁକାଶ୍ମୀର ଗସ୍ତ କରିଛନ୍ତି ।

{"id":223738,"sizeSlug":"large"}

ଏହି ପ୍ରତିନିଧି ମଣ୍ଡଳିରେ ୟୁରୋପୀୟ ସଂଘର ସଦସ୍ୟଙ୍କ ସମେତ ଜର୍ମାନୀ, କାନାଡା ପ୍ରାନ୍ସ ,ଅଷ୍ଚ୍ରେଲିଆ , ଆଫଗାନିସ୍ଥାନ ଓ କେତେକ ଉପସାଗରୀୟ ଦେଶର ପ୍ରତିନିଧି  ମାନେ ସାମିଲ ହୋଇଛନ୍ତି ।  ତେବେ ଋଷକୁ ଏନେଇ ନିମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତିକୁ ପୂର୍ଣ୍ଣ ସମର୍ଥନ ଜଣାଇ ଋଷ ଏହି ପ୍ରତିନିଧି ମଣ୍ଡଳିରେ ତା ଦେଶର କୌଣସି ସଦସ୍ୟଙ୍କୁ ସାମିଲ କରିନି ।  ଏନେଇ ସୂଚନା ଦେଇଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲାଇ କୁଦାସେବ।

{"id":223739,"sizeSlug":"large"}

ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନ ୧୧ଟାରେ ବିମାନଯୋଗେ ଶ୍ରୀନଗରେ ପହଞ୍ଚିଥିଲେ । ସେଠାରୁ ସେମାନେ ବାରମୂଳା ଗସ୍ତ କରିଥିଲେ । ଏହାସହ ଉତ୍ତର କାଶ୍ମୀର ଫଳ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ସେଠାରୁ ସେମାନେ ଶ୍ରୀନଗର ଫେରିବା ପରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସିଭିଲ ସୋସାଇଟି ସଦସ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ଭାରତୀୟ ସେନା ଅଧିକାରୀଙ୍କ ପକ୍ଷରୁ ଜାମ୍ମୁକାଶ୍ମୀରର ସୁରକ୍ଷା ସ୍ଥିତି ଓ ପାକିସ୍ତାନର ବାରମ୍ବାର ଅନୁପ୍ରେବେଶ ସଂପର୍କରେ ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଛନ୍ତି ।

{"id":223740,"sizeSlug":"large"}

ଜାମ୍ମୁକାଶ୍ମୀରରୁ ୩୭୦ଧାରା ଉଚ୍ଛେଦେ ପରେ ଗତ ୬ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ବିଦେଶୀ ପ୍ରତିନିଧି ଜାମ୍ମୁକାଶ୍ମୀର ସ୍ଥିତି ଅନୁଧ୍ୟାନ କରିଛନ୍ତି  । ଗତ ଅକ୍ଟୋବରରେ ୨୩ଜଣ ୟୁରୋପୀୟ ସଂଘର ସାଂସଦ ଜାମ୍ମୁକାଶ୍ମୀର ଗସ୍ତ କରିଥିଲେ ଓ ଜାମ୍ମୁକାଶ୍ମୀରରେ ସ୍ଥିତି ସାମାନ୍ୟ ଥିବା ରିପୋର୍ଟ ଦେଇଥିଲେ । 

{"id":223741,"sizeSlug":"large"}

ବୁଧବାର ଏହି ପ୍ରତିନିଧି ମଣ୍ଡଳି ଶ୍ରୀନଗରେ ରାତ୍ରୀ ଯାପନ କରିବା ସହ ଗୁରୁବାର ଜାମ୍ମୁ ଗସ୍ତରେ ଯିବେ । ଏବଂ ସେଠାରେ ଜାମ୍ମୁକାଶ୍ମୀର ଲେଫ୍ଟେନାଣ୍ଟ ଗଭର୍ଣ୍ଣର ଜଗଦୀଶ ମୂର୍ମ୍ମୁଙ୍କୁ ଭେଟିବା ସହ ସିଭିଲି ସୋସାଇଟ୍‌ର ସଦସ୍ୟଙ୍କ ସହ ଜାମ୍ମୁକାଶ୍ମୀରର ସ୍ଥିତି ଅନୁଧ୍ୟାନ କରିବେ ।

{"id":223742,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.