ଭଲ ଖବର, ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 24, 2020 IST

ଭୁବନେଶ୍ୱର, ୨୪|୦୮: ରାଜ୍ୟରରେ ସୋମବାର ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଆରୋଗ୍ୟଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬୯୨୪ରେ ପହଁଚିଛି ।

wp:html /wp:html

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବାଲେଶ୍ୱରରୁ ୨୭୬, ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗୀରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯,ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩, ଜଗତସିଂପୁରରୁ ୫୩, ମାଲକାନଗିରିରୁ ୫୨, ଗଜପତିରୁ ୪୨ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସେହିପରି ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେବଗଡରୁ ୧୯, କେଉଁଝରରୁ ୧୯, ଝାରସୁଗୁଡାରୁ ୧୮, ଅନୁଗୋଳରୁ ୩ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.