କରୋନା ପରେ ଏବେ ସ୍ବାଇନ୍ ଫ୍ଲୁ ବିପଦ, ମଲେଣି ୨୫୦୦ ଘୁଷୁରି

Published By : Prameya-News7 Bureau | May 04, 2020 IST

ଦିଶପୁର ୪।୫: କରୋନା ପରେ ଏବେ ଭାରତରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ ବିପଦ ଦେଖାଦେଇଛି । ଆସାମ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁର ପ୍ରଥମ ମାମଲା ଦେଖିବାକୁ ମିଳିଛି । ୩୦୬ଟି ଗାଁରେ ୨୫୦୦ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ଘଟିଛି । ଏନେଇ ଆସାମ ସରକାରରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆସାମ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଅତୁଲ ବୋରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ମଧ୍ୟ ଘୁଷୁରିମାନଙ୍କୁ ମାରିବା ପରିବର୍ତ୍ତେ ଏହି ମାରାତ୍ମକ ସଂକ୍ରାମକ ରୋଗର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଅନ୍ୟ କୌଣସି ପନ୍ଥା ଗ୍ରହଣ କରିବେ । ସେ କହିଥିଲେ ଯେ, କୋଭିଡ୍-୧୯ ସହିତ ଏହି ରୋଗର କୌଣସି ସମ୍ପର୍କ ନାହିଁ ।

ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣୀ ରୋଗ ପ୍ରତିଷ୍ଠାନ (NIHSAD) ଭୋପାଳ ଏହା ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ (ASF) ବୋଲି ନିଶ୍ଚିତ କରିଛି । କେନ୍ଦ୍ର ସରକାର କହିଛନ୍ତି ଯେ, ଦେଶରେ ଏହା ହେଉଛି ପ୍ରଥମ ରୋଗ । ସେ କହିଛନ୍ତି ଯେ, ବିଭାଗ ଦ୍ବାରା ୨୦୧୯ର ଗଣନା ଅନୁସାରେ ମୋଟ୍ ଘୁଷୁରି ସଂଖ୍ୟା ପ୍ରାୟ ୨୧ ଲକ୍ଷ ଥିଲା କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୩୦ ଲକ୍ଷକୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.