କରୋନା ରଚୁଛି ମୃତ୍ୟୁର ତାଣ୍ଡବ, ଇଟାଲୀରେ ଗୋଟିଏ ଦିନରେ ୨୫୦ ମୃତ

Published By : Prameya-News7 Bureau | March 14, 2020 IST

ରୋମ, ୧୪|୦୩:  ଚୀନ ପରେ ଇଟାଲୀ କରୋନା ଭାଇରସର ଭୟାବହତାକୁ ବେଶୀ ସାମ୍ନା କରୁଛି। ଶୁକ୍ରବାର ଦେଶରେ ୨୫୦ଜଣ କରୋନା ସଂକ୍ରମିତ ପ୍ରାଣ ହାରଇଛନ୍ତି। କରୋନା ପାଇଁ ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ଘଟଣା ପ୍ରଥମ ବୋଲି କୁହାଯାଉଛି।  

{"id":238528,"width":745,"height":420,"sizeSlug":"large"}

ଗତ ୨୪ ଘଂଟା ମଧ୍ୟରେ ୨୫୦ଟି କରୋନା ମୃତ୍ୟୁ ସାମ୍ନାକୁ ଆସିଛି। ଫଳରେ ମୃତକଙ୍କ ସଂଖ୍ୟା ୧୨୬୬ରେ ପହଁଚିଛି। ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୬୬୦ରେ ଛୁଇଁଛି।

ୟୁରୋପୀୟ ଦେଶ ଫ୍ରାନ୍ସରେ ଗତ ୨୪ ଘଂଟାରେ ୧୮ଜଣ ପ୍ରାଣ ହରାଇଛନ୍ତି। ଫଳରେ ମୃତକଙ୍କ ସଂଖ୍ୟା ୭୯ରେ ପହଁଚିଛି। ଏନେଇ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଆରିଓର ବେରେନ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଲଣ୍ଡନ ମାରାଥନକୁ ଅକ୍ଟୋବର ୪ ଯାଏଁ ସ୍ଥଗିତ ରଖାଯାଇଛି।

{"id":238529,"width":756,"height":503,"sizeSlug":"large"}

ଆମେରିକାରେ ବୃଦ୍ଧି ପାଉଥିବା କରୋନା ଆତଙ୍କ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ୍ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଏହା ପୂର୍ବରୁ କେବଳ ଓ୍ୱାଶିଂଟନରେ ଜରୁରୀକାଳିନ ସ୍ଥିତି ଘୋଷିତ ହୋଇଥିଲା। ଲୋକଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ଟ୍ରମ୍ପ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.