ବୁଲା କୁକୁରକୁ ଖାଇବାକୁ ଦେବା ବେଳେ ଚଢ଼ାଇଦେଲେ ଗାଡ଼ି, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା, ସିସିଟିଭିରେ କଏଦ ହେଲା ଦୃଶ୍ୟ
16/01/2023 at 6:40 PM

ନୂଆଦିଲ୍ଳୀ, ୧୬/୦୧: ପୁଣି ଏକ ଲୋମହର୍ଷକ ଘଟଣା। ଚଣ୍ଡିଗଡ଼ରେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଚଢ଼ାଇଦେଲେ ଗାଡ଼ି। ଯୁବତୀ ଜଣକ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବାବେଳେ ଏଭଳି ଘଟଣା ଘଟିଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସଦିଛି। ତେଜସ୍ବିତା ନାମକ ଯୁବତୀ ଏକ ବୁଲା କୁକୁରକୁ ଖାଇବାକୁ ଦେଉଥିବା ସମୟରେ ଦ୍ରୁତଗତିରେ ଆସି ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା।
ଯେଉଁଥିରେ ତେଜସ୍ବିତା ଗୁରୁତର ଭାବରେ ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଏମଏସଏଚ-୧୬ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ପରିବାର ଲୋକଙ୍କ ଅନୁଯାୟୀ ଯୁବତୀ ଜଣକ ହୋସରେ ଅଛନ୍ତି ଏବଂ କଥା କହିପାରୁଛନ୍ତି।

ସେପଟେ ସିସିଟିଭି ଭିଡିଓ ଆଧାରରେ ତେଜସ୍ବିତାଙ୍କ ବାପା ସେକ୍ଟର ୬୧ ଥାନାରେ ମାମଲା ରୁଜୁ କରିଛନ୍ତି। ତାଙ୍କ ବାପା ଓଜସ୍ବି କୌଶଲ କହିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ଝିଅ ପ୍ରତିଦିନ ଏହି ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ଯାଇଥାନ୍ତି। ଆଉ ରବିବାର ଖାଇବାକୁ ଦେଉଥିବା ସମୟରେ ଏକ କାର୍ ଝିଅକୁ ଧକ୍କା ଦେଇଥିଲା।