ମେଦବହୁଳତା କମ୍ କରିବା ନାଁରେ ୨୫ଜଣ ମହିଳାଙ୍କୁ ମାଗିଥିଲେ ନଗ୍ନ ଫଟୋ : ଏବେ ସୋସିଆଲ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦେଉଛନ୍ତି ବ୍ଲାକମେଲର୍
23/02/2020 at 1:00 PM

ଚନ୍ଦୌସି ୨୩/୨: ମେଦବହୁଳତା କମ୍ କରିବା ନାଁରେ ସହରର ୨୫ରୁ ଅଧିକ ସମ୍ଭ୍ରାନ୍ତ ମହିଳାମାନେ ବ୍ଲାକମେଲରଙ୍କ ଜାଲରେ ଫସି ଯାଇଛନ୍ତି। ଏହି ମହିଳାଙ୍କ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ କରି ଏହା ମାଧ୍ୟମରେ ଅନ୍ୟ ମହିଳା ବନ୍ଧୁଙ୍କ ସହ ଚ୍ୟାଟ୍ କରି ତାଙ୍କ ନଗ୍ନ ଫଟୋ ମଗାଯାଇଥିଲା। ଏହା ପରେ ତାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ମଗାଯାଇଥିଲା। କେତେକ ମହିଳା ଶନିବାର ସନ୍ଧ୍ୟାରେ କୋତଓ୍ବାଲି ଯାଇ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସାଇବର ସେଲକୁ ସ୍ଥାନାନ୍ତରିତ କରାଯାଇଛି।
ସାଇବର ଅପରାଧୀଙ୍କ ଜାଲରେ ଫସିଥିବା ମହିଳାମାନେ ଏକାଠି ହୋଇ କୋତଓ୍ବାଲି ଥାନାରେ ଅଭିଯୋଗ କରିଛନ୍ତି। ମହିଳାମାନେ କହିଥିଲେ ଯେ ବ୍ଲାକମେଲର ସର୍ବପ୍ରଥମେ କୌଣସି ମହିଳାଙ୍କ ଫେସବୁକ୍ ଆଇଡି ହ୍ୟାକ୍ କରି ମ୍ୟାସେଞ୍ଜର ଜରିଆରେ ଅନ୍ୟ ମହିଳାଙ୍କ ସହ ଚ୍ୟାଟ୍ କରିଥିଲେ। ଅନ୍ୟ ମହିଳାଙ୍କୁ ଲାଗିଥିଲା ଯେ ସେ ତାଙ୍କ ସାଙ୍ଗଙ୍କ ସହ କଥା ହେଉଛନ୍ତି।
ଏହା ପରେ ମହିଳାଙ୍କୁ ଖୁବ୍ ଶୀଘ୍ର ମେଦବହୁଳତା କମ୍ କରାଇବା ପାଇଁ ଭରସା ପ୍ରଦାନ କରାଇଥିଲେ ସେମାନେ। ମେଦବହୁଳତା ଦେଖାଇବା ନାଁରେ ମହିଳାଙ୍କ ମୁହଁ ସହ ପ୍ରାଇଭେଟ୍ ପାର୍ଟର ଫଟୋ ମାଗିଥିଲେ। ଜଣେ ମହିଳାଙ୍କଠୁ ତାଙ୍କ ଭଉଣୀର ଫେସବୁକ ଆଇଡି ହ୍ୟାକ୍ କରି ଫଟୋ ମାଗିଥିଲେ। ଏହି ଫଟୋଗୁଡ଼ିକୁ ଏକ ମୋବାଇଲ୍ ଫୋନ୍ ନମ୍ବର ଦେଇ ହ୍ବାଟସଆପ୍ ଜରିଆରେ ମଗାଇଥିଲେ।
ଏବେ ବ୍ଲାକମେଲର ଏହି ଫଟୋ ଗୁଡ଼ିକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇ ବ୍ଲାକମେଲ୍ କରିବା ଆରମ୍ଭ କରିଛି। ହ୍ୟାକର୍ସ ଆକାଉଣ୍ଟ ନମ୍ବର ୦୭୧୧୨୪୧୩୦୦୦୦ ଏବଂ ଆଇଏଫସିଇ କୋଡ ଓଆରବିସି ୧୦୦୭୧୧ ଦେଇଛନ୍ତି। କୁହାଯାଇଛି ଯେ ବଦନାବିରୁ ବର୍ତ୍ତିବା ପାଇଁ ଅନେକ ମହିଳା ଆକାଉଣ୍ଟରେ ଟଙ୍କା ପଠାଇଛନ୍ତି।