ପରୀକ୍ଷା ଦେଇପାରିଲେନି ୨୫ ଛାତ୍ରଛାତ୍ରୀ, ଭୟରେ ପ୍ରିନ୍ସିପାଲ ଫେରାର

Published By : Prameya-News7 Bureau | March 04, 2020 IST

ସମ୍ବଲପୁର ୪।୩: ଆଡମିଟ୍ କାର୍ଡ ନପାଇ ପରୀକ୍ଷାରୁ ବଞ୍ଚିତ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ସମ୍ବଲପୁର ଯମୁନାଦେବୀ ବେସରକାରୀ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୩୬ ଛାତ୍ରଛାତ୍ରୀ ୨ ବର୍ଷ ହେଲା ଏଠାରେ ପତ୍ର ବିନିମୟ ପାଠ୍ୟକ୍ରମରେ ପାଇଁ ନାମ ଲେଖାଇଥିଲେ । ଏହାସହ ପରୀକ୍ଷା ନଦେଇ ପାସ୍ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଅଧିକ ପଇସା ବି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

{"id":232538,"sizeSlug":"large"}

ତେବେ ଆଡମିଟ୍ କାର୍ଡ ନଆସିବାରୁ ସବୁ ଘଟଣା ସାମ୍ନାକୁ ଆସିଥିଲା । ଯେଉଁ ବିଲ୍ଡିଂରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିଲା ସେଥିରେ ତାଲା ଝୁଲୁଛି । ଏମିତି କଲେଜର ଆଫିଲିଏସନ ନଥାଇ ଚାଲିଥିଲା ପାଠପଢା । ଘଟଣା ପ୍ରଘଟ ହେବା ପରେ ପ୍ରନ୍ସିପାଲ ଫେରାର ହୋଇଯାଇଛନ୍ତି । ପରୀକ୍ଷା ନେଦେଇ ପାସ୍ ହେବ ବୋଲି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଲୁଟିଥିବା ଅଭିଯୋଗ ହୋଇଛି ।

{"id":232539,"sizeSlug":"large"}

ଗତକାଲି ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧନୁପାଲି ଥାନାର ଦ୍ବାରସ୍ଥ ହୋଇଥିଲେ । ପରେ ସୋନପୁର ଜିଲ୍ଲାର ସିଣ୍ଡୋଲ କଲେଜରେ ପରୀକ୍ଷା ଦେବାର ବନ୍ଦୋବସ୍ତ ହୋଇଛି ଓ ସେଠି ଆଡମିଟ୍ କାର୍ଡ ମିଳିବ ବୋଲି କହି ପ୍ରନ୍ସିପାଲ ଘଟଣା ଚାପିଦେଇଥିଲେ । ପରେ ଆଜି ଛାତ୍ରଛାତ୍ରୀ ସିଣ୍ଡୋଲ କଲେଜ ଗଲା ପରେ ସବୁ ମିଛ ବୋଲି ଜଣାପଡିଛି । ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.