ରାଜ୍ୟରେ ଆହୁରି ୨୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ: ଗଞ୍ଜାମରୁ ୨୪ ଓ ଖୋର୍ଦ୍ଧାରୁ ଜଣେ

Published By : Prameya-News7 Bureau | May 08, 2020 IST

ଭୁବନେଶ୍ୱର, ୦୮|୦୫: ରାଜ୍ୟରେ ଆହୁରି ୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୨୪ଜଣ ହୋଇଥିବା ବେଳେ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ପହଁଚିଛି ।

{"id":266756,"width":757,"height":1038,"sizeSlug":"large"}

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ପହଁଚିଛି । ତେବେ ଆଜି ଗୋଟିଏ ଦିନରେ ଏବେସୁଦ୍ଧା ସର୍ବାଧିକ ୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଅପରାହ୍ନରେ ଭଦ୍ରକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ଏବେସୁଦ୍ଧା ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । 

ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୫୨ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, ଖୋର୍ଧାରୁ ଜଣେ ଏବଂ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗୁରୁବାର ବିଭିନ୍ନ ସ୍ଥାନରୁ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଗୁରୁବାର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର, ୪ ଜଣ ମୟୁରଭଞ୍ଜ ଜିଲ୍ଲାର, ୨ ଜଣ ବାଲେଶ୍ବର ଜିଲ୍ଲାର, ଜଣେ ଜଗତସିଂହପୁର ଜିଲ୍ଲାର ଏବଂ ୩ ଜଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍‌ ରହିଥିଲା । ସେହିପରି ଗୁରୁବାର ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.