ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର
28/08/2023 at 2:15 PM

ଭୁବନେଶ୍ୱର ୨୮।୦୮: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା ।

ଖବର ଅନୁଯାୟୀ, ବୁଡ଼ାପେଷ୍ଟରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଜାଭେଲିନ ଥ୍ରୋରେ ଓଡ଼ିଶାର କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରିଥିଲେ । ଯାହାଫଳର ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ନୀରଜ ଚୋପ୍ରା ଓ ଅର୍ଶଦ ନଦୀମଙ୍କ ଭଳି ଆଗ ଧାଡ଼ିର ଜାଭେଲିନ ଥ୍ରୋୟର ଥାଉ ଥାଉ କିଶୋରଙ୍କ ପଦକ ଆଶା କ୍ଷୀଣ ରହିଥିଲା । କିନ୍ତୁ ସେ ନିଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କେବଳ ରାଜ୍ୟ ନୁହେଁ ପୁରା ସାରା ଦେଶବାସୀଙ୍କ ହୃଦୟ ଜିତିପାରିଥିଲେ ।
ତେବେ କିଶୋର ଜେନାଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅନେକ ଆଥଲେଟିକ୍ସଙ୍କୁ ଆଗାମୀ ଯାତ୍ରା ପାଇଁ ପ୍ରେରଣା ଯୋଗାଉଛି।