ସହିଦଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଅନୁକମ୍ପା ରାଶି

Published By : Prameya-News7 Bureau | June 17, 2020 IST

ଭୁବନେଶ୍ୱର୧୭/୬: ପୂର୍ବ ଲଦାଖ ଭାରତ ଓ ଚୀନ ସୀମା ନିକଟରେ ଥିବା ଗଲଓ୍ଵାନ ଘାଟିରେ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।

wp:core-embed/twitter {"url":"https://twitter.com/CMO_Odisha/status/1273257835602862081?s=20","type":"rich","providerNameSlug":"twitter","className":""}
https://twitter.com/CMO_Odisha/status/1273257835602862081?s=20
/wp:core-embed/twitter

ସୂଚନାଯୋଗ୍ୟ, ଗଲଓ୍ଵାନ ଘାଟିରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.