ଆଇଟିଆଇ ପରିସରରେ ବଣୁଆ ହାତୀପଲ, କ୍ୟାମ୍ପସରେ ବୁଲୁଛନ୍ତି ଗଜରାଜ

Published By : Prameya-News7 Bureau | August 23, 2023 IST

କାମାକ୍ଷାନଗର ୨୩/୦୮: ଆଟିଆଇ କ୍ୟାମ୍ପସରେ ବୁଲିଲେ ବଣୁଆ ହାତୀ ପଲ । ୨୫ ଟିକିଆ ହାତୀ ପଲ ଆଇଟିଆଇ କଲେଜ କ୍ୟାମ୍ପସରେ ବୁଲୁଥିବାର ସିସିଟିଭିରେ ଭିଜୁଆଲ କଏଦ । ଭୋର ୫ ଟା ସମୟରେ ମହାବିରୋଡ ରେଞ୍ଜ ପରଜଙ୍ଗ ବ୍ଲକର କନ୍ଦରସିଂହା ଗ୍ରାମରେ ଥିବା ସରକାରି ଆଟିଆଇ କ୍ୟାମ୍ପସରେ ୨୫ ଟିକିଆ ବଣୁଆ ହାତୀ ପଲ ପାଚେରି ଭାଙ୍ଗ ପଶିଥିଲେ ।

ଗେଟ୍ ବାଟଦେଇ ବାହାରିବାକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗେଟ ତାଲା ପଡିଯାଇବାରୁ ଆଉ ପଦାକୁ ବାହାରି ପାରି ନଥିଲେ । ଦିର୍ଘ ସମୟ ଧରି କ୍ୟାମ୍ପସର ଏଣେ ତେଣ ବୁଲୁଥିବାର cctv ରେ ଭିଜୁଆଲ କଏଦ ହୋଇଯାଇଛି । ତା ପରେ ଖବରପାଇ ବନବିଭାଗ ଆସି ହାତୀ ପଲକୁ ଘଉଡାଇବାରୁ କଲେଜର ଗେଟ ଭାଙ୍ଗି ବାହାରକୁ ପଳାଇଥିଲେ ।

wp:embed {"url":"https://www.prameyanews7.com/elephant-in-dhenkanal-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-in-dhenkanal-2/
/wp:embed

ଏହି ହାତୀପଲଟି ଦୁଇ ଭାଗରେ ବିଭକ୍ତ ହୋଇ କିଛି କନ୍ଦରସିଙ୍ଗା ଜଙ୍ଗଲ ଓ କିଛି ବାରବାଙ୍କ ଜଙ୍ଗଲକୁ ପଳାଇଥିଲେ । ଦୁଇ ଦିନ ହେବ ହିନ୍ଦୋଳ ରେଞ୍ଜରୁ ଏହି ହାତୀ ପଲ ଆସିଥିବା ଜଣାପଡିଛି । ହାତୀପଲଙ୍କ ଗତିପଥ ଉପରେ ନଜର ରଖାଯାଇଛି । ଲୋକମାନଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି । ଏହାର ସମସ୍ତ ଦୃଷ୍ୟ ସିସିଟିଭିରୁ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.