ଜୁଆଖେଳ ପାଇଁ ୨୫ ପରିବାର ସାମାଜିକ ବାସନ୍ଦ, ଦୋକାନ ବଜାର ମନା, ନ୍ୟାୟ ଆଶାରେ ତହସିଲଦାରଙ୍କ ଦ୍ୱାରସ୍ଥ
30/05/2023 at 4:27 PM

ନବରଙ୍ଗପୁର ୩୦/୦୫: ଜୁଆଖେଳ ପାଇଁ ୨୫ ପରିବାର ସାମାଜିକ ବାସନ୍ଦ । ନବରଙ୍ଗପୁର କୋଷାଗୁମୁଡ଼ା ଥାନା ଚୁରାହାଣ୍ଡି ଗାଁର ୨୫ ପରିବାରକୁ ଏମିତି ବାସନ୍ଦ କରିଛନ୍ତି ସେହି ଗାଁର ଏକ ବଡ଼ ଗୋଷ୍ଠୀ । ଦୋକାନ ଯିବା ମନା, ଦୈନିକ ବଜାର ମନା,ଗାଇଗୋରୁ ନେଇ ପଡିଆକୁ ଯିବା ମନା, ଜଳଖିଆ ଦୋକାନ ମନା । ବିବାହ,ବ୍ରତ,ଦଶାହ କାର୍ଯ୍ୟକୁ ଯିବା ମନା ।
ଏପରିକି ବାସନ୍ଦ ପରିବାରର କୁନି କୁନି ଛୁଆ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ବି ମନା। ଏହି ଫତୱା ଖିଲାପ କଲେ ୩ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ। ଏପରି ସ୍ଥିତିରେ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦୂର ଗାଁକୁ ଯିବାକୁ ବାଧ୍ୟ ହେଉଛନ୍ତି ବାସନ୍ଦ ପରିବାର । ଗତ ଚୈତ୍ରପର୍ବ ବେଳେ ଗାଁରେ ଜୁଆ ଖେଳ ଚାଲିଥିଲା । ଖବର ପାଇ କୋଷାଗୁମୁଡ଼ା ପୋଲିସ ଜୁଆ ଖେଳ ଉପରେ ଚଢ଼ାଉ କରି ଜୁଆଖେଳକୁ ବନ୍ଦ କରିଥିଲା ।
ତେବେ ସନ୍ଦେହ ଘେରକୁ ଆସି ଯାଇଥିଲେ ଚୁରାହାଣ୍ଡି ଗାଁର ଏହି ୨୫ ପରିବାର । ଆଉ ତାପରଠାରୁ ସାମାଜିକ ବାସନ୍ଦ କରିଦେଇଛନ୍ତି । ନ୍ୟାୟ ପାଇଁ କୋଡ଼ିଙ୍ଗା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ପରିବାର ।