ଦିଲ୍ଲୀରେ ଜୁଏଲାରୀରୁ ୨୫ କୋଟିର ଚୋରି ଘଟଣା: ଧରାପଡ଼ିଲା ପେଶାଦାର ଚୋର
29/09/2023 at 10:34 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଜୁଏଲାରୀ ଶୋରୁମ୍ରେ ୨୫ କୋଟିର ଗହଣା ଚୋରି ମାମଲାରେ ପୋଲିସ୍ ଆଶ୍ଚର୍ଯ୍ୟକର ଖୁଲାସା କରିଛି। ପୋଲିସ୍ କହିଛି ଯେ, ଚୋରିର ଏହି ଘଟଣାକୁ ଘଟଣା ଘଟାଇବା ପାଇଁ ଚୋର କାହାର ସାହାଯ୍ୟ ନେଇନଥିଲା। ବରଂ ପୂରା ଯୋଜନା ନିଜେ ହିଁ କରିଥିଲା। ପୋଲିସ୍ ୨୫ କୋଟିର ଚୋରି ଅଭିଯୋଗରେ ଗିରଫ କରିଛି। ଅବଶ୍ୟ, କିଭଳି ଏକୁଟିଆ ଏତେ ବଡ଼ ଚୋରି କରିପାରିବ ? ତା’କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ।
ଚୋର ପରିଚୟ ଲୋକେଶ ଶ୍ରୀବାସ ନାମରେ ଜଣାପଡ଼ିଛି। ଲୋକେଶ ଏହି ଘଟଣା ପାଇଁ ଛତିଶଗଡ଼ରୁ ବିଲାସପୁରରୁ ଦିଲ୍ଲୀ ପହଞ୍ଚିଥିଲା। ସେ ଉକ୍ତ ସ୍ଥାନର ଅନେକ ଥର ରେକି କରିଥିଲା। ଏହ ପରେ ସେପ୍ଟେମ୍ବର ୨୪ ତାରିଖ ଅର୍ଥାତ୍ ରବିବାର ରାତିରେ ପାଖ ବିଲ୍ଡିଂରୁ ଶୋରୁମ୍ ଭିତରେ ପଶିଥିଲା ଏବଂ ସୋମବାର ସନ୍ଧ୍ୟା ୭ଟା ୨୫ କୋଟିର ଗହଣା ସହ ବାହରିଥିଲା। ଏହାପରେ ସେ ରାତି ୮ଟା ୪୦ ବେଳେ ଲୋକେଶ ଦିଲ୍ଲୀରୁ କଶ୍ମୀରୀ ଗେଟ୍ ବସ୍ ଷ୍ଟାଣ୍ଡ୍ରେ ପହଞ୍ଚିଥିଲା। ବାଟରେ ଏକ ବ୍ୟାଗ୍ ମଧ୍ୟ କିଣିଥିଲା।
ଆହୁରି ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲରେ ଚୋରି, ଛାତ କଣା କରି ଲୁଟିନେଲେ ୨୫ କୋଟିର ଅଳଙ୍କାର
ତେବେ ୨୫ କୋଟିର ଚୋରି ମାମଲାରେ ଏହି ଚୋର ଲୋକେଶ ଶ୍ରୀବାସକୁ ଧରିବାରେ ବିଳାସପୁର ପୋଲିସ ଦିଲ୍ଲୀ ପୋଲିସ୍ର ସାହାଯ୍ୟ କରିଥିଲା। ପ୍ରକୃତରେ ଛତିଶଗଡ଼ ପୋଲିସ୍କୁ ଖବର ମିଳିଥିଲା ଯେ ଲୋକେଶ ଶ୍ରୀବାସ ଦିଲ୍ଲୀରେ ବଡ଼ ଘଟଣାଇବାକୁ ଯାଉଛି। ଏବଂ ଦିଲ୍ଲୀ ପୋଲିସ୍କୁ ଯୋଗାଯୋଗ କରିଥିଲା।
ଏହାପରେ ଦିଲ୍ଲୀ ପୋଲିସ୍ ସତର୍କ ହୋଇଥିଲା ଏବଂ ଲୋକେଶର ଫଟୋ ସହ ନମ୍ବରକୁ ଟ୍ରାକ୍ କରିଥିଲା। ୧୦୦୦ରୁ ଅଧିକ ସିସିଟିଭି ଖୋଜ୍ କରିଥିଲା। ଦିଲ୍ଲୀ ପୋଲିସ୍ର ଟିମ୍ ସେପ୍ଟେମ୍ବର ୨୮ ସନ୍ଧ୍ୟାରେ ଛତିଶଗଡ଼ ପାଇଁ ବାହାରିଥିଲେ। ସେପଟେ ଦୁର୍ଗ ପୋଲିସ୍ ଯାଞ୍ଚ ସମୟରେ ଶିବା ନାମକ ଜଣେ ଚୋରର ଘରେ ରେଡ୍ କରିଥିଲା। ଶିବା ଧରାପଡ଼ିଥିଲେବି ଲୋକେଶ ସେଠାରେ ଖସି ପଳାଇଥିଲେ।
ଆହୁରି ପଢ଼ନ୍ତୁ: ୨୦୧୩ରୁ ଏବେ ସୁଦ୍ଧା ଚୋରି ହୋଇଛି ୩୧ ପ୍ରାଚୀନ ସାମଗ୍ରୀ: ସଂସଦରେ ଉତ୍ତର ରଖିଲେ ସରକାର
ତେବେ ଶିବା ଠାରୁ ଅନ୍ୟ ଏକ ଠିକଣା ବିଷୟରେ ଜଣାପଡ଼ିଥିଲା। ସେପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ୍ ମଧ୍ୟ ରେଡ୍ ପାଇଁ ପହଞ୍ଚିଥିଲା। ଦୁର୍ଗ ଏବଂ ରାୟପୁର ପୋଲିସ୍ ମଧ୍ୟ ସାଙ୍ଗରେ ଆସିଥିଲା। ଆଉ ୨୯ ତାରିଖ ସକାଳେ ଲୋକେଶକୁ ଧରିଥିଲା। ଦିଲ୍ଲୀ ପୋଲିସ୍ ଲୋକେଶକୁ ଦିଲ୍ଲୀ ଆଣି ପଚରାଉଚରା କରିବ।