ସମ୍ବରକୁ ପିଟିପିଟି ମାରିଦେଲେ ଗ୍ରାମବାସୀ, ଅଭିଯୋଗରେ ୨୫ରୁ ଅଧିକ ଅଟକ

Published By : Prameya-News7 Bureau | July 11, 2019 IST

ନୂଆପଡା ୧୧|୭: ସମ୍ବରକୁ ପିଟିପିଟି ମାରିଦେଲେ ଲୋକେ । ସମ୍ବରକୁ ମାରିବା ଅଭିଯୋଗରେ ୨୫ରୁ ଅଧିକ ଜଣଙ୍କୁ ଅଟକ ରଖିଛି ଖଡିଆଳ ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍ ଗୁରୁଡୁଙ୍ଗରି ନିକଟରେ ଥିବା ଏକ ପୋଖରୀକୁ ପାଣି ପିଇବା ପାଇଁ ଆସିଥିଲା ସମ୍ବର । ସେହି ସମୟରେ ଲୋକମାନେ ତାକୁ ପିଟିପିଟି ମାରିଦେଇଛନ୍ତି । ଖବର ପାଇ ବୋଡେନ ଓ ଖଡିଆଳ ବନ ବିଭାଗ ବୋଡେନ ବ୍ଲକର ଟେମରି ଓ ଦଣ୍ଡେଇବସା ଗାଁରେ ଚଢାଉ କରିଥିଲା । ଅଭିଯୋଗରେ ମୋଟ୍ ୨୫ରୁ ଅଧିକ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ଗତକାଲି ରାତିରେ ୫ ଜଣଙ୍କୁ ଅଟକ ରଖିଥିଲା ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.