ଭୁବନେଶ୍ବର କଳିଙ୍ଗ ନଗର ଡିଏଭି ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ

Published By : Prameya-News7 Bureau | December 24, 2019 IST

ଭୁବନେଶ୍ବର ୨୪।୧୨: ଭୁବନେଶ୍ବର କଳିଙ୍ଗ ନଗର ଡିଏଭି ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ । ଚଳିତ ବର୍ଷ ଥିମ୍ ଥିଲା ଦିଶା ଚକ୍ସୁ । ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ କରାଯାଉଥିବାରୁ ଗାନ୍ଧୀଙ୍କ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ନାଟକ ପରିବେଷଣ କରିଥିଲେ ।

{"id":201809,"sizeSlug":"large"}

ସେହିପରି ପାଲା ମାଧ୍ୟମରେ ପ୍ଲାଷ୍ଟିକ୍ ବ୍ୟବହାର ଓ ତାକୁ ନେଉ ହେଉଥିବା ପ୍ରଦୂଷଣକୁ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ । କୋଣାର୍କ କିପରି ଗଢା ଯାଇଥିଲା ତାକୁ ନେଇ ମଧ୍ୟ ଏକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ ।

{"id":201811,"sizeSlug":"large"}

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହା ସହ ୨୦୨୦ ଜାନୁଆରୀ ୧ରୁ କୌଣସି ଛାତ୍ରଛାତ୍ରୀ ସ୍କୁଲକୁ ବାଇକ୍ ନେଇ ଆସିପାରିବେ ନାହିଁ, କି ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି ସ୍କୁଲ ଅଧ୍ୟକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.