ପେଟ୍ରୋଲିଂ ବେଳେ ୨୪୩ କିଲୋ ଗଞ୍ଜେଇ ଜବତ; ୩ ଅଭିଯୁକ୍ତ ଗିରଫ
3/12/2022 at 7:31 PM

ସାନଖେମୁଣ୍ଡି ୦୩/୧୨: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନୂଆଗଡ଼–ସୁମନ୍ତପୁର ରାସ୍ତାରେ ୨୪୩ କିଲୋ ଗଞ୍ଜେଇ ଜବତ। ଏହାସହିତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛିl ସେହି ରାସ୍ତାରେ ପେଟ୍ରୋଲିଂ ବେଳେ ସନ୍ଦେହକରି ଗୋଟିଏ କାରକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ପରେ କାର ଡ଼ିକିରୁ ବିପୁଳ ପରିମାଣର ଗଞ୍ଜେଇକୁ ପୋଲିସ ଜବତ କରିଛିl

ଏହି ଅଭିଯୋଗରେ ଜଣେ ମହିଳା ଓ ୨ ପୁରୁଷ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ରହିଥିଲା ବୋଲି ଆସିକା ଏସଡିପିଓ କହିଛନ୍ତି l ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ କାରକୁ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ କହିଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023