scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଂପ୍ତା ପାସ ପାହାଡ଼ ଶୀର୍ଷ ଛୁଇଁଲେ ଓଡ଼ିଶାର ୨୪ ପ୍ରତିଭା, ୧୪୦୬୫ ଫୁଟ ଉଚ୍ଚରେ ଉଡ଼ାଇଲେ ତ୍ରିରଙ୍ଗା

13/06/2022 at 9:53 PM

ଭୁବନେଶ୍ୱର, ୧୩।୦୬: ହାଂପ୍ତା ପାସ ପାହାଡ଼ ଶୀର୍ଷ ଛୁଇଁଲେ ଓଡ଼ିଶାର ୨୪ ଜଣ ପ୍ରତିଭା । -5°c ରୁ -10°c ତାପମାତ୍ରା ସହିତ ବରଫ ଝଡକୁ ସାମ୍ନା କରି ଏହି ଯୁବକମାନେ ସଫଳତା ହାସଲ କରିଛନ୍ତି । କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟରେ ଏହି ଯୁବକମାନଙ୍କୁ  ଚୟନ କରାଯାଇଥିଲା । ୧୦ ଜୁନ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ଏହି ପାହାଡ଼ ଶୀର୍ଷରେ ପହଞ୍ଚି ସେମାନେ ସେଠାରେ ଜାତୀୟ ପତାକା ଉଡ଼ାଇ ଥିଲେ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ସୁଜୀତ କୁମାର ଏବଂ ଆସିଷ୍ଟାଣ୍ଟ କମିଶନର (ଇନକମ୍‌ ଟ୍ୟାକ୍ସ) ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। । ପୋଲିସ ଆଇ.ଜି.ପି ଅମିତାଭ ଠାକୁର ଶୁଭକାମନା ଜଣେଇ ଥିଲେ । କଳିଙ୍ଗ ଡେୟାର ଡେଭିଲସର ସଭାପତି ଡ.ସତ୍ୟପୀର ପଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ଉକ୍ତ ଦଳରେ ଭୁବନେଶ୍ୱରରୁ ଦେବବ୍ରତ ନାୟକ (୫୬), ପ୍ରକାଶ ଶତପଥୀ (୫୪), ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦଶ, ମିଲନ୍ ମନୋହର ପ୍ରିୟାର୍ଜନ, ଡମ୍ବରୁ ବେହେରା। କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ। କଳାହାଣ୍ଡି ଜିଲ୍ଲାରୁ ନୃସିଂହ ଚରଣ ପଣ୍ଡା, ସ୍ଵରାଜ ରାଉତ, ରେଶବ ପାଣିଗ୍ରାହୀ, ଜ୍ୟୋତିଷ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗଡାମାଝୀ, ସୌମ୍ୟ ରଂଜନ ରାଉତ, ଠାକୁର ସେନାପତି। ନୂଆପଡା ଜିଲ୍ଲାରୁ ସଚିନ ବେହେରା, ଶୋଭନ ରଥ। ବଲାଙ୍ଗୀର ଜିଲ୍ଲାରୁ ଅମନ୍ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀ । ଦେବଗଡ଼ ଜିଲ୍ଲାରୁ ବିଶ୍ୱଜିତ୍ ପାଢ଼ୀ ଏବଂ ରାଉରକେଲାରୁ ବିଶୁ ସିଂ ପ୍ରମୁଖ ଦଳର ସଦସ୍ୟ ଥିଲେ।

   Related Posts