ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଅଂଶୁଘାତରେ ଅସୁସ୍ଥ ହେଲେଣି ୧୨୪ ଜଣ

Published By : Prameya-News7 Bureau | April 23, 2024 IST

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ର ତାପ।ତାତିରୁ ମିଳୁନାହିଁ ଆଶ୍ବସ୍ତି।ତାପମାତ୍ରା କମିବାର ନାଁ ନେଉନଥିବାବେଳେ ଗୁଳିଗୁଳି ସାଙ୍ଗଙ୍କୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ମଙ୍ଗଳବାର ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ଥିବାବେଳେ, ୪୦ ଡିଗ୍ରୀ ଉପରେ ୧୮ ସହରର ତାପମାତ୍ରା। ଏହାରି ମଧ୍ୟରେ ରାଜ୍ୟରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି ୧୨୪ ଅସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ଅଂଶୁଘାତରରେ ଜଣକର ମୃତ୍ୟୁ ହୋଇଛି। 

ଉଲ୍ଲେଖଯୋଗ୍ୟ, ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମଙ୍ଗଳବାର ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ୧୮ ସହରର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ । ଯେଉଁଥିରେ ନୟାଗଡ଼ ୪୨.୨, ଭୁବନେଶ୍ବର, ବଲାଙ୍ଗୀର ୪୧.୮, ଅନୁଗୁଳ ୪୧.୭, ମାଲକାନଗିରି ୪୧.୫, ବାରିପଦା, ନୂଆପଡ଼ା ୪୧.୨, ଟିଟିଲାଗଡ଼ ୪୧ ଡିଗ୍ରୀ, ବୌଦ୍ଧ ୪୦.୭, ଭବାନୀପାଟଣା ୪୦.୬, ଚାନ୍ଦବାଲି ୪୦.୪, ବାଲେଶ୍ବର ୪୦.୩, ଝାରସୁଗୁଡ଼ା ୪୦.୨, ତାଳଚେର, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା ୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.