oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପୁଣି ଦାଦନ ଦୁଃଖ : ଦାଦନ ଖଟିବାକୁ ଯାଇ ଆନ୍ଧ୍ର ରେ ବନ୍ଧା ପଡିଛନ୍ତି ୫ ଶିଶୁ ସମେତ ୨୪ ଜଣ ଶ୍ରମିକ

23/02/2019 at 10:20 AM

ନୂଆପଡ଼ା ୨୩/୨: ପୁଣି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ଆନ୍ଧ୍ର ରେ ବନ୍ଧା ପଡିଛନ୍ତି ୫ ଶିଶୁ ସମେତ ୨୪ ଜଣ ଶ୍ରମିକ । ସେମାନଙ୍କୁ  ଉଦ୍ଧାର କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହଗାଁ ଗାଁରେ ଏହି ଘଟଣା ଘଟିଛି । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଏବେ ସେଠାରେ ମିଳୁଛି ଅକଥନୀୟ ନିର୍ଯାତନା ।

ଗତ ଡିସେମ୍ବର ମାସ ରେ ଖଡିଆଳ ଥାନା କୁର୍ଲ୍ଲୁଭଟା ଗାଁ ର ଜଣେ ଦାଦନ ଦଲାଲ ବନ ବିହାରି ବାଗଙ୍କ ପ୍ରଲୋଭନରେ କିଛି ଅଗ୍ରିମ ଟଙ୍କା ନେଇ ହାଇଦ୍ରାବାଦର କୁଣ୍ଡେଲଗୁମାର ଏକ ଇଟାଭାଟି ରେ ଏମାନେ କାମ କରିବାକୁ ଯାଇଥିଲେ । ନେଇଥିବା ଟଙ୍କା ଠାରୁ ଢେର ଅଧିକା କାମ କରି ସାରିଲେଣି ଲୋକେ । ହେଲେ ସେମାନଙ୍କୁ ମାଲିକ ଘରକୁ ଛାଡୁନାହିଁ । ଜୋର ଜବରଦସ୍ତି ସେମାନଙ୍କ ଠାରୁ କାମ ହାସଲ କରୁଥିବା ବେଳେ ଖାଇବା ,ରହିବା ତଥା ସ୍ବାସ୍ଥ୍ୟ ଖରାପ ହେଲେ ଚିକିତ୍ସା ମଧ୍ୟ ଠିକ୍ ରେ ମିଳୁନି । ପ୍ରତିବାଦ କଲେ ସେମାନଙ୍କୁ ମାଡ  ମରାଯାଉଥିବା ଅଭିଯୋଗ ହୋଇଛି । ସେମାନେ ଲୁଚିଛପି  ଘରକୁ ଫୋନରେ ଏହା ଜଣାଇଛନ୍ତି।

   Related Posts