ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉଦ୍‌ଘାଟନ ହେଲା ୨୪ ଘଣ୍ଟିଆ ସିଟି ସ୍କାନ ସେବା, ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା

Published By : Prameya-News7 Bureau | October 02, 2022 IST

ଭଦ୍ରକ, ୦୨/୧୦: ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ ହେଲା ୨୪ ଘଣ୍ଟିଆ ସିଟି ସ୍କାନ ସେବା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଏହି ସେବା ଆରମ୍ଭ ହୋଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ରୋଗୀ ଓ ଅନ୍ୟ ରୋଗୀଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ଏବେଠାରୁ ଏହି ସିଟି ସ୍କାନ ସେବା ୨୪ ଘଣ୍ଟା ଉପଲବ୍ଧ ହେବ ଓ ଅନେକ ରୋଗୀ ମଧ୍ୟ ଉପକୃତ ହେବେ ବୋଲି ବିଧାୟକ କହିଛନ୍ତି ।
Byte - ସଞ୍ଜୀବ ମଲ୍ଲିକ ( ବିଧାୟକ ଭଦ୍ରକ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.