ମିଥ୍ୟା ଏନ୍‌କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 14, 2022 IST

ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍‌କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହିତ ୨୪ ଜଣ ଆନ୍ଦୋଳନକାରିଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କ ନାମରେ ଏତଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ଶବ ଅପେକ୍ଷାରେ ପରିବାର ଲୋକେ ରହିଥିବା ବେଳେ , ସହାୟତା ଦାବିରେ ଗାଁ ଲୋକେ ରାଜପଥରେ ଆନ୍ଦୋଳନ ଜାରି ରଖିଛନ୍ତି । ସମାଧାନ ପାଇଁ ମାଲକାନଗିରି ପୋଲିସର ଏକ ଟିମ ଗାଁରେ ପହଁଚି ପରିବାର ତଥା ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ମୃତ ଧନ କମାର ପେଶାରେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ମାଓବାଦୀ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବୈପାରିଗୁଡା ଠାରେ ପୋଲିସ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କୁ ମାଓବାଦୀ ଆଖ୍ୟା ଦେଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.