krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ ଡାକ୍ତରଖାନାରେ ଭୟଙ୍କର ପରିସ୍ଥିତି;୨୪ ଘଣ୍ଟାରେ ଗଲାଣି ୨୪ ଜୀବନ, ୧୨ ନବଜାତଙ୍କ ମୃତ୍ୟୁ

2/10/2023 at 9:19 PM

24 dead in 24 hours in Maharashtra government hospital,

ମୁମ୍ବାଇ: ମହାରାଷ୍ଟ୍ର ନାଣ୍ଡେଡ୍ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଭୟଙ୍କର ପରିସ୍ଥିତି। ଗତ ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ଏଥିରେ ୧୨ ନବଜାତଙ୍କର ବି ମୃତ୍ୟୁ ହୋଇଛି। ଔଷଧର ଅଭାବରୁ ଏହି ମୃତ୍ୟୁ ହୋଇଥିବା ସୋମବାର(ଅକ୍ଟୋବର ୨) ଡାକ୍ତର ଶଙ୍କରାଓ ଚୌହ୍ୱା ସରକାର ଡାକ୍ତରଖାନାର ଅଧିକାରୀ କହିଛନ୍ତି। ୧୨ ନବଜାତଙ୍କ ମୃତ୍ୟୁ ହୋଇଥିବା ହସ୍‌ପିଟାଲ୍ ସୁପରିଟେଣ୍ଡେଣ୍ଟ ଏସ୍‌ଆର୍ ୱାକୋଡ଼େ କହିଛନ୍ତି। ୬ଟି ପରିବାରରୁ ୧୨ ନବଜାତଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ଶିଶୁଙ୍କର ବୟସ ଶୂନରୁ ୩ ଦିନ ମଧ୍ୟରେ ହେବ। ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।  

ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏନ୍‌ସିପି ପ୍ରବକ୍ତା ବିକାସ ଲୱାଣ୍ଡେ ସୋସିଆଲ୍ ମିଡିଆରେ ପୋଷ୍ଟରେ କରି ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି “ ନାଣ୍ଡେଡ୍‌ର ଏକ ସରକାରୀ ହସ୍‌ପିଟାଲ୍‌ରେ ରାଜ୍ୟ ସରକାର ଔଷଧ ପଠାଇବା କମ୍ ହେବା ଯୋଗୁ ୨୪ ଘଣ୍ଟାରେ ୧୨ ନବଜାତଙ୍କ ସହ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ସରକାରଙ୍କୁ ଲଜ୍ଜା ଲାଗିବା ଦରକାର ସେମାନେ ପର୍ବପର୍ବାଣି ବିଜ୍ଞାପନ ଦେଉଛନ୍ତି।”

ପଢ଼ନ୍ତୁ-ବାଙ୍ଗଲାଦେଶରେ ଜାରି ରହିଛି ଡେଙ୍ଗୁ ପ୍ରକୋପ, ଗଲାଣି ୧ ହଜାରରୁ ଅଧିକ ଜୀବନ

ଚଳିତ ବର୍ଷ ଅଗଷ୍ଟ ମାସରେ ବି ସମାନ ଘଟଣା ଘଟିଥିଲା। ଥାନେର ଏକ ସରକାରୀ ଡାକ୍ତରଖାନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ଗୋଟିଏ ମାସ ଯାଇଛି ପୁଣି ଏକ ସରକାରୀ ଡାକ୍ତରଖାନାରେ ଏତେ ସଂଖ୍ୟକ ମୃତ୍ୟୁ ହେବା ରାଜନୈତିକ ହଲ୍‌ଚଲ୍‌ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ୭୦ ରୋଗୀ ମୃତ୍ୟୁ ସହ ଲଢେଇ କରୁଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

ସେହିପରି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ବିଜେପି ନେତୃତ୍ୱାଧିନ ସିନ୍ଦେ ଶିବସେନାଙ୍କୁ ଟାର୍ଗେଟ୍ କରିଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି “ଦୟାକରି ଏହାକୁ ମୃତ୍ୟୁ ବୋଲି କୁହା ନଯାଉ। ଅସାମ୍ବିଧାନିକ ସରକାରର ଅବହେଳା ଯୋଗୁ ଏହି ହତ୍ୟା ହୋଇଛି।” ସରକାର ରାଜ୍ୟରେ ବଡ଼ ବଡ଼ ଆୟୋଜନ କରି ଲୋକଙ୍କୁ ପ୍ରଭାବିତ କଲା ଭଳି ବୃଥା କାର୍ଯ୍ୟକ୍ରମ ଆୟୋଜନ କରିବାରେ ବ୍ୟସ୍ତ ଅଛନ୍ତି। ହେଲେ ରାଜ୍ୟର ସେବା ପାଇଁ ଥିବା ସେମାନଙ୍କର ମୂଳ କର୍ତ୍ତବ୍ୟ ସେମାନେ ଭୁଲିଗଲେଣି ବୋଲି ପ୍ରିୟଙ୍କା ଚତୁର୍ବଦେଦୀ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ଜିଲ୍ଲାପଳ ଅଭିଜିତ ରାଉତ ସ୍ଥିତି ଅନୁଧ୍ୟାନ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି। ୬ଟି ପରିବାରରୁ ୧୨ ନବଜାତଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ଶିଶୁଙ୍କର ବୟସ ଶୂନରୁ ୩ ଦିନ ମଧ୍ୟରେ ହେବ। ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କିଛି ଷ୍ଟାଫ୍‌ଙ୍କର ଟ୍ରାନ୍ସଫର ହୋଇଥିବାରୁ ସମସ୍ୟା ହେଉଛି। ହେଲେ ଏହା ସ୍ୱାସ୍ଥ୍ୟସେବା ଉପରେ ଯେମିତି ପ୍ରଭାବ ନ ପକାଇବ ଆମେ  ସେ ନେଇ କାର୍ଯ୍ୟ କରୁଛୁ ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି।  

   Related Posts