Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ମଣିପୁର ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ଏବେ ବି ଚାଲିଛି ସର୍ଚ୍ଚ ଅପରେସନ

2/07/2022 at 12:22 PM

ନୂଆଦିଲ୍ଲୀ- ମଣିପୁର ମାଟି ଅତଡ଼ା ଖସିବା ଘଟଣାରେ ଅବିରତ ସର୍ଚ୍ଚ ଅପରେସନ ଜାରି ରହିଛି। ଏନଡିଆରଏଫ୍, ଆସାମ ରାଇଫଲ୍ସ,ଟେରିଟୋରିଆଲ୍ ଆର୍ମି,ଏସଡିଆରଏଫ୍ ଘଟଣା ସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି।

ମଣିପୁର ନୋନି ଜିଲ୍ଲା ତୁପୁଲ ରେଲୱେ ଷ୍ଟେସନ ନିକଟରେ ଏକନିର୍ମାଣ ଧିନ ପ୍ରୋଜେକ୍ଟକୁ ସୁରକ୍ଷା ଦେବାକୁ ମୁତୟନ ହୋଇଥିଲେ ଭାରତୀୟ ସେନାର ୧୦୭ ଟେରିଟୋରିଆଲ୍ ଆର୍ମି ୟନିଟ୍ ନିକଟରେ ଭୂକମ୍ପ ହୋଇଥିଲା। ଏଥିରେ ସାଧାରଣ ଲୋକ ସହ ସେନା କର୍ମୀଙ୍କର ମାଟି ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଏହି ଘଟଣାରେ ୧୩ ସେନା ଯବାନ ଓ ୫ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ମାଟି ତଳେ ୫୫ ଯବାନ ଚାପି ହୋଇରହିଥିବା ସନ୍ଦେହ କରାଯାଉଥିଲ।

   Related Posts