scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ୭୦୦ରୁ ଅଧିକ ରାସ୍ତା ବନ୍ଦ, ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି

25/08/2023 at 4:50 PM

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ଗତକାଲି ୭ଟି ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। କୋଠା ଭୁଶୁଡ଼ି ପଡ଼ିବାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ବିଲ୍ଡିଂ ଗୁଡ଼ିକ ବସ୍‌ ଷ୍ଟାଣ୍ଡ ନିକଟରେ ରହିଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଭୂ-ସ୍ଖଳନ ସମୟରେ ବିଲ୍ଡିଂ ଗୁଡିକର କେହି ନଥିଲେ। ବିପଦପ୍ରବଣ ଅଞ୍ଚଳ ବୋଲି ଘୋଷଣା କରାଯାଇ ଏଗୁଡ଼ିକୁ ପୂର୍ବରୁ ଖାଲି କରିଦିଆଯାଇଥିଲା।

ଏହି ଅଞ୍ଚଳରେ ଆଉ କିଛି ବିଲ୍ଡିଂକୁ ମଧ୍ୟ ବିପଦପ୍ରବଣ ବୋଲି ଘୋଷଣା କରାଯାଇଛି। ମୁସଳ ଧାରାରେ ବର୍ଷା ଯୋଗୁ ଏହି ବିଲ୍ଡିଂଗୁଡିକରେ ଫାଟ ସୃଷ୍ଟି ହୋଇଛି। ଏଥିପାଇଁ ୩ ଦିନ ପୂର୍ବରୁ ଏଗୁଡ଼ିକୁ ଖାଲି କରାଯାଇଛି ବୋଲି ସରକାରୀ ଅଧିକାରୀ ଅନୀ ନରେଶ ବର୍ମା ସୂଚନା ଦେଇଛନ୍ତି।

ସେପଟେ ରାଜ୍ୟରେ ବର୍ଷା ଯୋଗୁ ମୃତ୍ୟୁ ବିଭୀଷିକା ଜାରି ରଖିଛି। ପ୍ରବଳ ବର୍ଷା ଯୋଗୁ ପୁଣି ଏକ ଭୂସ୍ଖଳନ ଘଟି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରୁ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ହିମାଚଳ ପ୍ରଦେଶରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଉତ୍ତରାଖଣ୍ଡ ପୌରି ଜିଲ୍ଲାରେ  ବର୍ଷା ୟୋଗୁ କିଛି ଲୋକଙ୍କର ମୃତ୍ୟୁ  ହୋଇଛି। ରାଜ୍ୟରେ ୪୦୦ ରାସ୍ତ ବନ୍ଦ ଥିବା ବେଳେ ଏକାଧିକ ଘର ଭାଙ୍ଗିଯାଇଛି।   

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ହିମାଚଳ ପ୍ରଦେଶର ଶିମଲା, ସମେତ ୬ ଜିଲ୍ଲାରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ସେହିପରି ୯ ଟି ଜିଲ୍ଲାକୁ ମଧ୍ୟମରୁ ପ୍ରବଳ ବନ୍ୟାପାଣି ମାଡ଼ିବା ନେଇ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଶିମଲା , ସିରମୌର, କଙ୍ଗ୍ରା, ଚାମ୍ବା, ମଣ୍ଡି, ହମୀରପୁର, ସୋଲାନ, ବିଲାଶପୁର ଏବଂ କୁଲ୍ଲୁ। ସେହିପରି କଙ୍ଗ୍ରା, କୁଲ୍ଲୁ, ମଣ୍ଡି, ଶିମଲା ଓ ସୋଲାନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।  ଶିମଲା, ମଣ୍ଡିରେ ଓ ସୋଲାନରେ ସ୍କୁଲ କଲେଜ ସବୁ ଦୁଇ ଦି ପାଇଁ ବନ୍ଦ କରାଯାଇଛି। ହିମାଚଳ ପ୍ରଦେଶର ମୋଟ ୭୦୯ ଟି ରାସ୍ତା ବନ୍ଦ କରାଯାଇଛି। ଏକାଧିକ ଘରରେ ଫାଟ ସୃଷ୍ଠ ହୋଇଛି।

ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଚଳିତ ମାସେ ହିମାଚଳ ପ୍ରଦେଶରେ ୧୨୦ ଜଣଙ୍କର ବର୍ଷାଜନିତ ମୃତ୍ୟୁ ହୋଇଛି। ସେହିପରି ଜୁନ ୧୪ ଠାରୁ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ମୋଟ ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଏବେ ବି ନିକୋଜ ଅଛନ୍ତି।  

   Related Posts