ଗଞ୍ଜାମରେ ଆଜି ୨୩୩ କରୋନା ସଂକ୍ରମିତ ଚିହ୍ନଟ, ୧୩ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା

Published By : Prameya-News7 Bureau | August 10, 2020 IST

ବ୍ରହ୍ମପୁର ୧୦।୦୮: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ କି ରାଜ୍ୟରେ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଏହିପ୍ରରିପେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାରେ ୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ଜିଲ୍ଲାରେ ୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଗଞାମ ଜିଲ୍ଲାରେ ଆଜି ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୩ ହଜାର ପାର ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୦୮୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୭ରେ ପହଞ୍ଚିଛି ।  ଏଭଳି ସଂଗୀନ ପରିସ୍ଥିତିରେ କରୋନା ମହାମାରୀକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.