ନୂଆଦିଲ୍ଲୀ ୨୫।୧୨: କରୋନାର ଦୈନିକି ସଂକ୍ରମଣ ସଂଖ୍ୟା କେତେବେଳେ ବଢିବାର ଲାଗିଛି, କେତେବେଳେ କମିବାରେ ଲାଗିଛି । ଗୁରୁବାର ତୁଳନାରେ ଶୁକ୍ରବାର ଦିନ ଦୈନିକି ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିବାର ରେକର୍ଡ କରାଯାଇଛି । ଗୁରୁବାର ଦିନ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୩,୦୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
wp:html/wp:htmlWith 23,068 new #COVID19 infections, India's total cases rise to 1,01,46,846
— ANI (@ANI) December 25, 2020
With 336 new deaths, toll mounts to 1,47,092. Total active cases at 2,81,919
Total discharged cases at 97,17,834 with 24,661 new discharges in the last 24 hours. pic.twitter.com/mOA0poMGrY
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର୍ ହୋଇସାରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୩,୦୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୪୬,୮୪୬ରେ ପହଞ୍ଚିଛି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ ୩୩୬ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଯାହାଦ୍ୱାରା ମୋଟ ମୃତକଙ୍କ ସଂଖ୍ୟା ଦେଶରେ ୧,୪୭,୦୯୨ରେ ପହଞ୍ଚିଛି ।
ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୭ଲକ୍ଷ ପାର୍ ହୋଇଛି । ଗତ ୨୪ଘଣ୍ଟାରେ ୨୪,୬୬୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଦେଶରେ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୧୭,୮୩୪ରେ ପହଞ୍ଚିଛି । ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ସଂଖ୍ୟା ୩ ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ କେସ୍ ୨,୮୧,୯୧୯ରେ ରହିଛି । ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡଧରଣ ପାର୍ଥକ୍ୟ ରହିଛି ।