ପାକିସ୍ତାନରେ ମିଳିଲା ୨୩୦୦ ବର୍ଷ ପୁରୁଣା ମନ୍ଦିର, ଖୋଦେଇରୁ ମିଳିଲା ୨୭୦୦ ଦୁର୍ଲଭ ସାମଗ୍ରୀ

Published By : Prameya-News7 Bureau | December 19, 2021 IST

ପେଶାଓ୍ଵାର ୧୯।୧୨: ଉତ୍ତର-ପଶ୍ଚିମ ପାକିସ୍ତାନରେ ପାକିସ୍ତାନୀ ଏବଂ ଇତାଲଭି ପ୍ରତ୍ନତତ୍ତ୍ଵ ବିଭାଗର ଏକ ମିଳିତ ଦଳ ବୌଦ୍ଧ କାଳର ୨୩୦୦ ବର୍ଷ ପୁରାତନ ଏକ ମନ୍ଦିରର ସନ୍ଧାନ ପାଇଛନ୍ତି। ଏଥିସହ ଅନ୍ୟ କିଛି ମୂଲ୍ୟବାନ କଳାକୃତି ମଧ୍ୟ ଖୋଦେଇ ସମୟରେ ମିଳିଛି। ଏହି ମନ୍ଦିର ଖଇବର ପଖତୁନଖଓ୍ଵା ପ୍ରାନ୍ତର ସ୍ଵାତ ଜିଲ୍ଲାରେ ବାରିକୋଟ ତହସିଲ ଅନ୍ତର୍ଗତ ବୌଦ୍ଧ କାଳର ବାଜିରା ସହରରେ ମିଳିଛି। ଏହି ମନ୍ଦିରକୁ ପାକିସ୍ତାନରେ ବୌଦ୍ଧ କାଳର ସବୁଠୁ ପ୍ରାଚୀନ ମନ୍ଦିର କୁହାଯାଉଛି।

ଏହି ସମ୍ବନ୍ଧରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାକିସ୍ତାନ ଓ ଇତାଲଭି ପ୍ରତ୍ନତତ୍ତ୍ଵ ବିଭାଗ ଉତ୍ତର ପଶ୍ଚିମୀ ପାକିସ୍ତାନରେ ଏକ ଐତିହାସିକସ୍ଥଳରେ ଖନନ ସମୟରେ ବୌଦ୍ଧକାଳର ୨୩୦୦ ବର୍ଷ ପୁରୁଣା ଏକ ମନ୍ଦିରର ଆବିଷ୍କାର କରିଛନ୍ତି। ଏହା  ବ୍ୟତୀତ ଅନେକ ମୂଲ୍ୟବାନ କଳାକୃତି ମଧ୍ୟ ଉଦ୍ଧାର ହୋଇଛି। ସ୍ଵାତରେ ମିଳିଥିବା ଏହି ମନ୍ଦିର ପାକିସ୍ତାନର ତକ୍ଷଶିଳାରେ ମିଳିଥିବା ମନ୍ଦିରଠୁ ମଧ୍ୟ ପୁରାତନ।

ମନ୍ଦିର ବ୍ୟତୀତ ପ୍ରତ୍ନତତ୍ତ୍ଵ ବିଭାଗ ବୌଦ୍ଧ ପ୍ରାଚୀନର ୨୭୦୦ରୁ ଅଧିକ କଳାକୃତି ମଧ୍ୟ ଉଦ୍ଧାର କରିଛନ୍ତି। ଏଥିରେ ମୁଦ୍ରା, ମୁଦି, ବାସନକୁସନ ଓ ୟୁନାନର ରାଜା ମିନାନ୍ଦରଙ୍କ କାଳର ଖରୋଷ୍ଠି ଭାଷାରେ ଲେଖା ହୋଇଥିବା ସାମଗ୍ରୀ ମଧ୍ୟ ସାମିଲ୍। ଇତାଲଭି  ବିଶେଷଜ୍ଞ ଭରସା ପ୍ରକାଶ କରିଛନ୍ତି ଯେ, ସ୍ଵାତ ଜିଲ୍ଲାର ଐତିହାସିକ ବାଜିରା ସହରରେ ଖୁଦେଇ ସମୟରେ ଆହୁରି ପୁରାତନ ସ୍ଥଳ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.