ଆଡବା ୧୩|୩ : ଗଜପତି ଜିଲ୍ଲା ଆଡବା ଥାନା ବିରିକୋଟ ନିକଟରେ ଚଢାଉ କରି ୨୩କେଜି ଗଂଜେଇ ଜବତ କରିଛି ପୋଲିସ । ଏହି ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରି ଥାନା ତବାରସାହି ଗାଁର ଥୋମାସ ମଣ୍ଡଳ । ଗତକାଲି ବିଳମ୍ବିତ ରାତିରେ ପୋଲିସ ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ବିରିକୋଟ ଗାଁ ନିକଟରେ ଥୋମାସ ୨ଟି ବ୍ୟାଗ୍ ଧରି ବସକୁ ଅପେକ୍ଷା କରିଥିଲେ । ପୋଲିସ ସନ୍ଦେହରେ ତାଙ୍କୁ ଜେରା କରିଥିଲା । ଯାଞ୍ଚ ପରେ ୨ଟି ବ୍ୟାଗ୍ ରେ ୨୩କିଲୋ ଗଂଜେଇ ବାହାରକୁ ଚାଲାଣ ହେଉଥିବା ଜଣାପଡିଥିଲା । ପୋଲିସ ଗଂଜେଇ ଜବତ କରିବା ସହ ଥୋମାସକୁ ଗିରଫ କରିଛି।
ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁମୁହିଁ, ଅନୁଭ...