scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିକ୍କିମ ବନ୍ୟାରେ ଭାସି ୨୩ ଯବାନ ନିଖୋଜ ଘଟଣା, ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର

4/10/2023 at 10:51 PM

କାମାକ୍ଷାନଗର: ସିକ୍କିମ ଭାସି ୨୩ ଯବାନ ନିଖୋଜ ଘଟଣା। ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର। ନିଖୋଜ ଓଡ଼ିଆ ଯବାନ ସରୋଜ ଦାସ। ଢେଙ୍କାନାଳ କେନ୍ଦୁଢ଼ିପ ଗାଁରେ ସରୋଜଙ୍କ ଘର। ସରୋଜ ୨୦୧୨ରେ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ। ମାତ୍ର ସାତ ତଳେ ତାଙ୍କର ବିବାହ ମଧ୍ୟ ହୋଇଥିଲା। ଅଗଷ୍ଟରେ ସେ ଘରକୁ ମଧ୍ୟ ଆସିଥିଲେ। ଗତକାଲି ରାତିରେ ପରିବାର ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।

ଏହି ସମୟରେ ସିକିମ୍‌ରେ ପ୍ରବଳ ବର୍ଷା ହେବା କଥା ମଧ୍ୟ କହିଥିଲେ। ଆଉ ଆଜି ଆସିଲା ତାଙ୍କର ନିଖୋଜ ଖବର। ବୁଧବାର, ପରିବାର ଲୋକ ଟିଭିରୁ ଖବର ପାଇବା ପରେ ସରୋଜଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେବି ସଫଳ ହୋଇନଥିଲେ। ତେବେ ସେନା ୟୁନିଟ ସହ କଥା ହୋଇ ନିଖୋଜ ଖବର ପାଇଥିଲେ ବଡଭାଇ ମନୋଜ ସାହୁ।

ଉଲ୍ଲେଖଯୋଗ୍ୟ, ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଠା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୨୩ ସେନା ନିଖୋଜ ହୋଇଯାଇଛନ୍ତି । ଏହି କାରଣରୁ ଉପତ୍ୟକାର କିଛି ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ହେତୁ ହଠାତ୍ ଜଳ ସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଥିଲା। 

ଆହୁରି ପଢ଼ନ୍ତୁ: ସିକିମ୍‌ରେ ବାଦଲଫଟା ବର୍ଷା, ତୀସ୍ତା ନଦୀରେ ଭାସିଗଲେ ୨୩ ଯବାନ

ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରି ପ୍ରତିରକ୍ଷା PRO କହିଛି ଯେ, ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ମୁକ୍ତ ହେବା କାରଣରୁ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା। କୁହାଯାଉଛି ଯେ ସିଙ୍ଗତାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ବନ୍ୟାରେ ଭାସି ଯାଇଥିଲା ।  ଏଥିରେ ୨୩ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି। ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି। ଏହା ବ୍ୟତୀତ କିଛି ଗାଡି କାଦୁଅରେ ବୁଡ଼ିଯିବାର ଖବର ମଧ୍ୟ ରହିଛି।

   Related Posts