ନୂଆଦିଲ୍ଲୀ ୨୬।୧୨: ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଲଗାତର ୬ ଦିନ ହେଲେ ୨୫ହଜାର ରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଥିବା ବେଳେ ଶନିବାର ଦିନ ୨୨,୨୭୨ ନୂଆ ଆକ୍ରାନ୍ତ ସାମ୍ନାକୁ ଆସିଛି ।
wp:html/wp:htmlWith 22,272 new #COVID19 infections, India's total cases rise to 1,01,69,118
— ANI (@ANI) December 26, 2020
With 251 new deaths, toll mounts to 1,47,343 . Total active cases at 2,81,667
Total discharged cases at 97,40,108 with 22,274 new discharges in the last 24 hours. pic.twitter.com/NmkqV0UTRk
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୨,୨୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୧,୬୯,୧୧୮ରେ ପହଞ୍ଚିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୪୭,୩୪୩ରେ ପହଞ୍ଚିଛି ।
ସେହିପରି ଏବେ ଯାଏଁ ଦେଶରେ କରୋନାରୁ ୯୭ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟାରେ ୨୨,୨୭୪ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଶୁକ୍ରବାର ତୁଳନାରେ ଶନିବାର ଦିନ ସଂକ୍ରମଣ ସଂଖ୍ୟା କମିଛି । କରୋନା ବିରୋଧରେ ଚାଲିଥିବା ଲଢେଇକୁ ଜୋରଦାର କରାଯାଉଛି ।