କୋଇଲା ଖଣିରେ ଜୋରଦାର ବିସ୍ଫୋରଣ, ୨୨ ମୃତ

Published By : Prameya-News7 Bureau | October 15, 2022 IST

ନୂଆଦିଲ୍ଲୀ ୧୫।୧୦ : ତୁର୍କୀର ଏକ କୋଇଲା ଖଣିରେ ଜୋରଦାର ବିସ୍ଫୋରଣ । ଯେଉଁଥିରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି ।  ଏବେବି କିଛି ଲୋକ ଖଣିରେ ଫସିରହିଥିବା ସୂଚନା । ଯାହାଲାଗି ଉଦ୍ଧାର କାର୍ଯ୍ୟ  ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ତୁର୍କୀର ଉତ୍ତରପ୍ରାନ୍ତରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ଦିନ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୧୧୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ।ତେବେ ଏହି ବିସ୍ଫୋରଣ ପରେ ଅନେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିଲେ । କିନ୍ତୁ ଫସିଯାଇଥିଲେ କିଛି ଲୋକେ । ସେମାନଙ୍କ ମଧ୍ୟରୁ ୪୯ ଜଣ  ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ତୁର୍କୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ ମୋଟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ରହିଛନ୍ତି । ଏବେବି ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଏହାବ୍ୟତୀତ ଶନିବାର ତୁର୍କୀ ରାଷ୍ଟ୍ରପତି ଘଟଣାସ୍ଥଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.