Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ, ସିନ୍ଦେ ଗୋଷ୍ଠୀ ହାତ ଛାଡିପାରନ୍ତି ୨୨ ବିଧାୟକ

31/05/2023 at 9:00 AM

ମୁମ୍ୱାଇ ୩୧/୦୫: ମହାରାଷ୍ଟ୍ର ରାଜନୀତିରେ ପୁଣି ସୃଷ୍ଟି ହୋଇପାରେ ହଟଚମଟ । ସିନ୍ଦେ ଗୋଷ୍ଠୀ ହାତ ଛାଡିପାରନ୍ତି ୨୨ ବିଧାୟକ । ଏହି ୨୨ ଜଣ ବିଧାୟକ ସିନ୍ଦେ ଗୋଷ୍ଠୀରେ ରହି ଖୁସି ନଥିବା ନେଇ ଶିବସେନା ମୁଖପତ୍ରିକା ସାମ୍ନାର ସମ୍ପାଦକୀୟ ଜରିଆରେ ପ୍ରକାଶ ପାଇଛି । ଖାଲି ସେତିକି ୯ ଜଣ ସାସଂଦ ମଧ୍ୟ ଦଳ ମଧ୍ୟରେ ନିଶ୍ୱାସ ନେଇପାରୁନଥିବା ସ୍ଥାନୀତ ହୋଇଛି ।

ବିଧାୟକ ଓ ସାଂସଦ ମାନଙ୍କୁ ସାବତ ସନ୍ତାନ ପରି ସେମାନଙ୍କୁ ବ୍ୟବହାର କରାଯାଉଛି ବୋଲି ଦାବି କରାଯାଇଛି । ଯାହାପରେ ରାଜ୍ୟରାଜନୀତି ସରଗରମ ହୋଇଛି । ଏମିତିକି କେତେବେଳେ ବି ସେମାନେ ଦଳ ଛାଡିପାରନ୍ତି ବୋଲି ଆଲେଖ୍ୟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ମଧ୍ୟ ସମାନ କାରଣ ପାଇଁ ବିଜେପି ହାତ ଛାଡିଥିଲା ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା ।

ଯାହାପରେ ଶିବସେନା କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଢିଥିଲା । ମହାରାଷ୍ଟ୍ରରେ ଏବେ ଉଦ୍ଧବ ଠାକରେଙ୍କ ନିକଟରୁ ଉଭୟ ଶିବସେନା ନାଁ ଓ ଚିହ୍ନ ଚାଲିଯାଇଛି । ଏହାରିଭିତରେ ସିନ୍ଦେ ଗୋଷ୍ଠୀର ହଲଚଲ ଉଦ୍ଧବ ଗୋଷ୍ଠୀଙ୍କୁ ସାମାନ୍ୟ ଖୁସି ଦେଇଛି । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିର ଗତି କୁଆଡେ ଯାଉଛି ।

   Related Posts