suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୨୨ କେଜି ଗଞ୍ଜେଇ ସହ ୩ ଜଣକୁ ଗିରଫ କଲା ଜଟଣୀ ପୋଲିସ୍‌: ମୋବାଇଲ, ଅଟୋ ଓ ନଗଦ ଜବତ

22/03/2023 at 11:06 PM

ଜଟଣୀ, ୨୨/୦୩: ଅଟୋରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଧରିଲା ପୋଲିସ୍‌। ବୁଧବାର ଜଟଣୀ ଥାନା ପୋଲିସ୍‌ ହରିଭାଇନା ଛକ ଠାରେ ଥିବା ନୂଆ ବସ୍‌ ଷ୍ଟାଣ୍ଡ ଉପରେ ଚଢ଼ଉ କରି ତିନି ଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୨ କେଜି ଗଞ୍ଜେଇ ଜବତ ହୋଇଛି।

ସୂଚନା ଅନୁଯାୟୀ, ଏସଆଇ ନିରଞ୍ଜନ ଓଝାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳେ ଗଂଜେଇ ଚାଲାଣ ହଉଥିବା ଖବର ପାଇଥିଲେ। ଏହାପରେ ଥାନା IIC ସୌମ୍ୟକାନ୍ତ ବଳିୟାରସିଂ ନିର୍ଦ୍ଦେଶ କ୍ରମେ ଜଟଣୀ ଥାନାର ସ୍ବତନ୍ତ୍ର ଟିମ୍ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି l

ଏମାନଙ୍କ ଠାରୁ ୨୨ କେଜି ଉର୍ଦ୍ଧ୍ବ ଗଞ୍ଜେଇ ସହ ୫ ଲକ୍ଷ ୮୫ ହଜାର ଟଙ୍କା, ୩ ମୋବାଇଲ ଓ ଗୋଟିଏ ଅଟୋ ଜବତ କରିଛି l ଅଭିଯୁକ୍ତ ହେଲେ ହେଲେ ଜଟଣୀ ନୂଆ ଗାଁ ଅଂଚଳର ତ୍ରିନାଥ ସାମଲ ଓ ସୁନୀଲ ବେହେରା ହୋଇଥିବା ବେଳେ ମଧୁସୂଦନ ନଗରର କାର୍ତ୍ତିକ ପୃଷ୍ଟି, ୩ ଜଣ କନ୍ଧମାଳରୁ ଗଞ୍ଜେଇ ଆଣି ଜଟଣୀ ଓ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ବିକ୍ରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି l

   Related Posts