୨୨ ଗ୍ରାମ ବ୍ରାଉନ ସୁଗର ଜବତ; ଜଣେ ଯୁବକଙ୍କୁ ଗିରଫ କଲା ଅବକାରୀ ଟିମ୍
26/11/2022 at 12:12 AM

ଧର୍ମଗଡ଼ ୨୫/୧୧: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛିl ଏଥିରେ ଯୁବ ବର୍ଗ ଲିପ୍ତ ହୋଇ ଅପରାଧ କରୁଥିବା ଦେଖିବାକୁ ମିଳୁଛିl କି ଭବାନିପାଟଣା ପରିବହନ କାର୍ଯ୍ୟାଳୟ ସାମ୍ନାରେ କିଛି ଯୁବକ ବ୍ରାଉନ ସୁଗାର କାରବାର କରୁଥିବା ଅବକାରୀ ବିଭାଗ ଜାଣିପାରିଥିଲାl ଏନେଇ ଅବକାରୀ ପୋଲିସ ଗ୍ରାହକ ହୋଇ ଯାଇଥିଲେ।

ସେଠାରେ ଜଣେ ଯୁବକଙ୍କୁ ୨୨ ଗ୍ରାମ ବ୍ରାଉନ ସୁଗାର ସହିତ ୭ ହଜାର ୩ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଥିଲେ। ଗିରଫ ଯୁବକଙ୍କ ପରିଚୟ ଶିବ ସେନାପତି। ସେ ନାକଟିଗୁଡାର ବାସିନ୍ଦା ବୋଲି ଜଣା ପଡିଛି l ଅବକାରୀ ବିଭାଗ ଯୁବକଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପରେ ପଚରଉଚରା କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରଯାଇଛି ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି l
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023