୨୨ ଟିକିଆ ହାତୀପଲଙ୍କ ଉପଦ୍ରବ, ୩ ଦିନରେ ଭାଙ୍ଗିଲେଣି ୧୦ ଘର

Published By : Prameya-News7 Bureau | August 24, 2023 IST

ପାଟଣା ୨୪।୦୮ : କେନ୍ଦୁଝର ପାଟଣା ରେଞ୍ଜରେ ହାତୀ ଉପଦ୍ରବ । ଉତ୍ପାତ ମତାଇଛନ୍ତି ୨୨ ଟିକିଆ ହାତୀପଲ । ୩ ଦିନରେ ଭାଙ୍ଗିଲେଣି ୧୦ଟି ଘର । ସ୍ଥାନୀୟ ଲୋକେ ଭୟଭୀତ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୨୨ଟିକିଆ ହାତୀପଲ ଟଭାସରୁଆ ଗାଁରେ ପଶି ଉପଦ୍ରବ କରିଛନ୍ତି । ୨ଟି ଘର ସହ ଏକ କୁକୁଡ଼ା ଫାର୍ମକୁ ଭାଙ୍ଗି ଦେଇଛନ୍ତି । ଏଥିସହ ହାତୀପଲ ଯିବା ବାଟରେ ଏକର ଏକର ଧାନ ଫସଲ ଓ କଖାରୁ ଚାଷ ନଷ୍ଟ କରିଛନ୍ତି । ତେବେ ହାତୀଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ଥିବା ବେଳେ ରାତି  ଅନିଦ୍ରା ହୋଇ ନିଜ ନିଜ ଚାଷ  ଜମିକୁ ଜଗି ରହୁଛନ୍ତି l ହାତୀ ପଲ ଏବେ ପୁରୁଣା ପାଣି ଜଙ୍ଗଲରେ ଡେରା ପକାଇଛନ୍ତି । ଯାହାଫଳରେ ସ୍ଥାନୀୟ ଗାଁ ଲୋକେ ଭୟଭୀତ ଅବସ୍ଥାରେ ସମୟ ଅତିବାହିତ କରୁଛନ୍ତି ।

wp:embed {"url":"https://www.prameyanews7.com/chandrayaan-on-the-surface-of-the-moon-probed-by-rover-pragyan-will-observe-for-14-days/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandrayaan-on-the-surface-of-the-moon-probed-by-rover-pragyan-will-observe-for-14-days/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.