oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅଘୋଷିତ ବିଦ୍ୟୁତ କାଟ ପାଇଁ ମଧ୍ୟପ୍ରଦେଶରେ ଛଟେଇ ହେଲେ ୨୧୭ ବିଜୁଳି କର୍ମଚାରୀ

21/04/2019 at 4:25 PM

ଭୋପାଲ ୨୧।୪: ବିଜୁଳି ବିଭାଗର ଅଘୋଷିତ ବିଦ୍ୟୁତ କାଟକୁ ଗୁରୁତର ସହ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶ ସରକାର। ରାଜ୍ୟରେ ବିଦ୍ୟୁତ ଅଭାବ ନଥାଇ ମଧ୍ୟ କର୍ମଚାରୀଙ୍କ ଅବହେଳା ପାଇଁ ହେଉଥିବା ବିଦ୍ୟୁତ କାଟ ପାଇଁ ସରକାର ୩୮୭ ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୧୭ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ ୧୪୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେହିପରି କର୍ତ୍ତବ୍ୟରେ ଅବହେଳା ପାଇଁ ୨୮ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍ ନେଇ ବାରମ୍ବାର ଅଭିଯୋଗ ପରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟୁତ୍ କାଟ ନେଇ ଲୋକଙ୍କ ଅଭିଯୋଗର ସତ୍ୟତା ଯାଞ୍ଚ ବେଳେ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜୁଥିବା ଜଣାପଡିଥିଲା। ଏଣୁ ମୁଖ୍ୟ ଶାସନସଚିବ ଏସ୍.ଆର.ମହାନ୍ତି ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ବିଜୁଳି ସମସ୍ୟା ଯୋଗୁ ଯେପରି ଜଳ ଯୋଗାଣ ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଜାଣିଶୁଣି ବିଦ୍ୟୁତ କାଟ୍ କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

   Related Posts