ସହିଦ ଗଣେଶ ଉପାଧ୍ୟାୟଙ୍କ ୨୧୪ ତମ ଜନ୍ମ ଜୟନ୍ତୀ ପାଳିତ

Published By : Prameya-News7 Bureau | September 09, 2022 IST

ଝାରସୁଗୁଡା ୦୯/୦୯: ୟଙ୍ଗ ଷ୍ଟାରସ ଚେରିଟେବୁଲ ଟ୍ରଷ୍ଟ ଓ ସହିଦ ଗଣେଶ ଉପାଧ୍ୟାୟ ସ୍କୃତି ଚାରଣ କମିଟିର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତା ସଂଗ୍ରାମୀ ସହିଦ ଗଣେଶ ଉପାଧ୍ୟାୟଙ୍କର ୨୧୪ ତମ ଜନ୍ମ ଜୟନ୍ତୀକୁ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ତପିରାମ ମାଝୀ, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ବ୍ୟବସ୍ଥାପକ ଜିଲ୍ଲା ପରିଷଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

wp:gallery {"linkTo":"none"} /wp:gallery

ସମ୍ମାନିତ ଅତିଥି ଭାବେ ଓଡିଶା ସଶସ୍ତ୍ର ବାହିନୀର ଦୁର୍ଗପତି ଆଶିଷ ଦୁବେ, ପଶ୍ଚିମାଞ୍ଚଳ ବରିଷ୍ଠ ନାଗରିକ ସଂଘର ସଭାପତି ଟହଲୁ ସାହୁ, ବ୍ରାହ୍ମଣ ସମାଜର ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ବଳଭଦ୍ର ଦାଶ୍ ବିର୍ତ୍ତୀଆଙ୍କ ଦାୟାତ ପୂର୍ଣ୍ଣ ଚନ୍ଦ୍ର ମାଫିଦାର, ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ତାପସ କୁମାର ରାୟ ଚୌଧୁରୀ, ବରିଷ୍ଠ ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ସହିଦଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ବିଭିନ୍ନ ନୃତ୍ୟ ଅନୁଷ୍ଠାନରୁ ଛାତ୍ର ଛାତ୍ରୀ ବହୁତ ସୁନ୍ଦର ଭାବେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.