ସୁସ୍ଥରେ ରେକର୍ଡ: ଆଜି ଭଲ ହୋଇ ଘରକୁ ଫେରିଲେ ୨୧୨୯ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

Published By : Prameya-News7 Bureau | August 23, 2020 IST

ଭୁବନେଶ୍ଵର ୨୩।୦୮: ମହାମାରୀ କରୋନା କାଳରେ ଓଡିଶା ପାଇଁ ଆଜି ଆସିଛି ସବୁଠୁ ବଡ ଆଶ୍ଵସ୍ତିକର ଖବର। ହଜାର ହଜାର ସଂକ୍ରମଣ ମଧ୍ୟରେ ଓଡିଶାରୁ ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଥମ ଥର ରାଜ୍ୟରେ ୨୦୦୦ରୁ ଅଧିକ ଲୋକ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ଯାହାକୁ କୋଭିଡ୍-୧୯ ବିରୋଧରେ ବଡ ସଫଳତା କୁହାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୨୯ କରୋନା ରୋଗୀ ଆରୋଗ୍ୟଲାଭ କରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୫୪୪୦୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍‌ ଯୋଗେ ଏହାର ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି।

wp:html /wp:html

ବିଭାଗ ଅନୁଯାୟୀ ଆଜି ରେକର୍ଡ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୬ ଜଣ ଅଛନ୍ତି। ସେହି ପରି ଗଞ୍ଜାମ ଜିଲ୍ଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକ ଜିଲ୍ଲାରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ଵରରୁ ୯୦, ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮ ଆକ୍ରାନ୍ତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଓ ସୋନପୁରରୁ ୧ କରୋନାରୁ ମୁକ୍ତ ହୋଇଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୨୪ ଘଣ୍ଟାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ ୨୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦କୁ ବୃଦ୍ଧି ଘଟିଛି। ସେହି ପରି ୧୦ ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚିଛି। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୫୪୪୦୫କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.