ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ଭୋଟିଂ

Published By : Prameya-News7 Bureau | May 20, 2024 IST

ଭୁବନେଶ୍ୱର ୨୦/୦୫: ଆଜି ଓଡିଶାରେ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ । ରାଜ୍ୟର ୭୯. ୭୦ ଲକ୍ଷ ଭୋଟର ଆଜି ନିଜ ମତ ସାବ୍ୟସ୍ତ କରୁଛନ୍ତି । ୯୧୬୨ ପୋଲିଂ କେନ୍ଦ୍ରରେ ଚାଲିଛି ମତଦାନ । ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ସକାଳୁ ବୁଥ ମାନଙ୍କରେ ଭୋଟରଙ୍କ ଭିଡ ପରିଲକ୍ଷିତ ହେଉଛି । 

ତେବେ ସକାଳ ୧୧ଟା ସୁଦ୍ଧା ପାଖାପାଖି ୨୧.୦୭ ପ୍ରତିଶତ ହୋଇଛି । ଆସ୍କା ଲୋକସଭା କ୍ଷେତ୍ରରେ ୨୧.୫୩ % ମତଦାନ ହୋଇଛି । ସେହିଭଳି ବରଗଡ ଲୋକସଭା କ୍ଷେତ୍ରରେ ୨୨.୯% ଭୋଟିଂ, ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ୧୭.୯୦% ଭୋଟିଂ, କନ୍ଧମାଳ ଲୋକସଭା କ୍ଷେତ୍ରରେ ୨୧.୧୯% ଭୋଟିଂ, ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯% ଭୋଟିଂ ହୋଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.