oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

PoKରେ ଭାରତୀୟ ବାୟୁସେନାର ୨୧ ମିନିଟର ଅପରେସନ : ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା, ସୀମାରେ ଆଲର୍ଟ ଜାରି

26/02/2019 at 11:18 AM

ଦିଲ୍ଲୀ ୨୬/୨ : ଭାରତୀୟ ବାୟୁସେନା ଆଜି ଭୋର ସାଢେ ୩ଟା ବେଳେ ମୁଜାଫରପୁରରେ ପଶି ଆତଙ୍କୀ ଶିବିରକୁ ବୋମା ପକାଇ ଧ୍ବଂସ କରିଦେଇଛି | ଭାରତୀୟ ବାୟୁସେନାର ଏହି ଆକ୍ରମଣ ପାଇଁ ଦେଶବାସୀ ଶୁଭେଚ୍ଛା ଜଣାଇଛନ୍ତି | ସୂଚନାଯୋଗ୍ୟ ଯେ, ବାୟୁସେନା ୨୧ ମିନିଟ ପାଇଁ ଏହି ଅପରେସନ କରିଥିଲା | ୨୧ ମିନିଟର ଆକ୍ରମଣରେ ୧୨ ମୀରାଜ ବିମାନ ହଜାରେ କିଲୋର ବୋମା ପକାଇ PoK ର ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଥିଲା |

ଏହି ଅପରେସନରେ ଏକ ଆତଙ୍କୀ ଶିବିର ଧ୍ବଂସ ହୋଇଥିବା କୁହାଯାଉଛି | ଆକ୍ରମଣରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି | କିନ୍ତୁ ଏନେଇ ଏବେ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ | ଏହି ଏୟାର ଷ୍ଟ୍ରାଇକ ପରେ ଭାରତ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଦିଆଯାଇଛି |

ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ବିଏସଏଫ ଫୋର୍ସକୁ ଭାରତ ପାକିସ୍ତାନ ସୀମାରେ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି | ଏହାଛଡା ଅନ୍ତର୍ଜାତୀୟ ସୀମାରେ ମଧ୍ୟ ବିଏସଏଫ ଯବାନଙ୍କୁ ନିୟୋଜିତ କରାଯାଇଛି | ହିମାଛ ପ୍ରଦେଶର ଧର୍ମଶାଳାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି | କୌଣସି ଗାଡିକୁ ରାସ୍ତାରେ ଛିଡା ହେବାକୁ ଦିଆଯାଉନାହିଁ | ପାଖାପାଖି ଅଂଚଳର ସମସ୍ତ ସ୍କୁଲରେ ସେନା ନିୟୋଜିତ କରାଯାଇଛି | ପ୍ରତିଶୋଧରେ ପାକିସ୍ତାନ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି | ସ୍କୁଲ ପିଲାଙ୍କୁ ସୁରକ୍ଷା ଦେବାପାଇଁ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି |


ସକାଳ ୬.୩୦ରେ ଗୁଜରାଟର କଚ୍ଛ ଅଂଚଳରେ ପାକିସ୍ତାନର ଦ୍ରୋନକୁ ଭାରତୀୟ ସେନା ନଷ୍ଟ କରିଛି | ଅଜିତ ଡୋଭଲ ସମ୍ପୂର୍ଣ ଏୟାର ଷ୍ଟ୍ରାଇକକୁ ମନିଟର କରିଥିବା କୁହାଯାଉଛି |
ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବୈଠକ ଡାକିଛନ୍ତି |

   Related Posts