ଭୁବନେଶ୍ୱର ୨୯/୧୧: ମରିଗଲା ମା’ର ମମତା। ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିବା ଶିଶୁ କନ୍ୟାକୁ ରାଜଧାନୀର ରାସ୍ତାକଡ଼ରେ ଛାଡ଼ି ପଳାଇଲା। ଭୁବନେଶ୍ୱର ସ୍ଥିତ ଏକ ନମ୍ବର ଆରଟିଓ ନିକଟ ରାସ୍ତାକଡ଼ରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ୨୧ଦିନ ହୋଇଥିବା ଜଣାପଡ଼ିଛି।
ପରିତ୍ୟକ୍ତ ଅବସ୍ଥାରେ Rto ଅଫିସ୍ ସମ୍ମୁଖରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ଜଣେ । ଉଦ୍ଧାର ପରେ ଶିଶୁକନ୍ୟାକୁ ସହିଦ ନଗର ଥାନା ଜିମା ଦେଇଛନ୍ତି ଲୋକେ । ଏହା ପରେ ଶିଶୁକନ୍ୟାର ମେଡିକାଲ ଚେକ୍ ଅପ୍ କରାଯାଇଛି ।
ସୂଚନାଥାଉକି, ରାତି ତିନିଟାରୁ ଶୁଭିଥିଲା କୁନି ଶିଶୁର କୁଆଁକୁଆଁ ଶବ୍ଦ । କାନ୍ଦ ଶୁଣି ସ୍ଥାନୀୟ rto1 ରେ କାର୍ଯ୍ୟ କରୁଥିବା ସୁକାନ୍ତ ବାରିକ ପହଞ୍ଚି ଦେଖିବା ବେଳକୁ ଗୋଟିଏ ଶିଶୁକନ୍ୟା ରାସ୍ତା କଡ ଗଛ ମୂଳେ ଶୋଇଥିଲା । ସକାଳ ହେବା ପର୍ଯ୍ୟନ୍ତ ସୁକାନ୍ତ ଏବଂ ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଜଗି ରହିଥିଲେ।
ପରେ ପିଶିଆର୍ ଏବଂ ନିକଟସ୍ଥ ସହିଦ ନଗର ଥାନାକୁ ଯାଇଥିଲେ । ଖବର ପାଇ ପିସିିଆର୍ ଭ୍ୟାନ ଏବଂ ଥାନା କର୍ମଚାରୀ ପହଞ୍ଚି ଶିଶୁକନ୍ୟାକୁ ନିଜ ହେଫାଜତକୁ ନେବା ସହ ମେଡିକାଲ ଯାଞ୍ଚ କରାଇଥିଲେ । ଶିଶୁକନ୍ୟାଟି କାହାର ଆଉ କିଏ ତାକୁ ଏଠି ଛାଡ଼ି ଚାଲି ଯାଇଛି ତାହା ପୋଲିସ ଯାଞ୍ଚ ଆରମ୍ଭ କରିଛନ୍ତି ।