ଧାମନଗରର ବିକାଶ ପାଇଁ ୨୧ କୋଟି ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଲୋକ
23/06/2023 at 12:20 PM

ଭଦ୍ରକ ୨୩/୦୬: 5T ଟି ସଚିବଙ୍କ ଗସ୍ତ ସମୟରେ ଦିଆଯାଇଥିବା ଦାବି ପୂରଣ ହେଲା । ମୁଖ୍ୟମନ୍ତ୍ରୀ ଦାବି ପୂରଣ କରିବା ସହ ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗତ ୧୨ ତାରିଖରେ 5T ସଚିବ ଧାମନଗର ଗସ୍ତରେ ଆସିଥିବା ବେଳେ ଅନେକ ବାସିନ୍ଦା ନିଜ ନିଜ ଦାବି ଜଣାଇଥିଲେ ।
ପରେ ୧୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସମସ୍ତ କଲେଜ ଓ ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ମଠ , ମନ୍ଦିର ଧର୍ମାନୁଷ୍ଠାନ ପାଇଁ ୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏହି ଘୋଷଣା ପରେ ଧାମନଗର ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।