କାଳ ସାଜିଲା କାଳବୈଶାଖୀ, ବଜ୍ରାଘାତରେ ୨୧ ଗାଈ ସହ ୩ ଛେଳିଙ୍କ ମୃତ୍ୟୁ, ୪ ଜଣ ଗୁରୁତର
28/05/2023 at 9:04 PM

ପଟାଙ୍ଗି: କାଳ ସାଜିଲା କାଳବୈଶାଖୀ। ଘଡ ଘଡି ସହ ବଜ୍ରାଘାତରେ ୬ ପରିବାରର ୨୧ ଗାଈ ଏବଂ ୩ଟି ଛେଳିଙ୍କ ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ଲୋକଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୀମାନ୍ତ ଆମ୍ପାବିଲୀ ପଞ୍ଚାୟତର କୁରଲି ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, କୁରୁଲ ଗାଁର ୬ ପରିବାରର ୪ ଜଣ ଲୋକ ନିଜ ଗୃହ ପାଳିତ ପଶୁଙ୍କୁ ନେଇ ନିକଟ ଜଙ୍ଗଲକୁ ଚରେଇବା ପାଇଁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୪ଟା ସମୟରେ ପ୍ରବଳ ବର୍ଷା ସହ ଘଡଘଡି ଆରମ୍ଭ ହୋଇଥିଲା । ବର୍ଷା କବଳରୁ ବଞ୍ଚିବା ନିମନ୍ତେ ଗୃହ ପାଳିତ ପଶୁଙ୍କୁ ନେଇ ଗଛ ମୂଳରେ ଠିଆ ହୋଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ୨୧ ଗାଈ ଓ ୩ ଛେଳିଙ୍କ ମୃତ୍ୟୁ ଘଟିଛି। ଚରେଇବା ନିମନ୍ତେ ଯାଇଥିବା ୨ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି । ସେମାନଙ୍କ ଅବସ୍ଥା ଗୁରୁତର ଥିା ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି।