oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ତତଲା କଡେଇରେ ସାରା ଓଡିଶା, ୪୦ ଡିଗ୍ରୀ ଉପରେ ୨୧ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ

18/04/2022 at 10:21 PM

ଭୁବନେଶ୍ଵର ୧୮।୦୪: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ। ଆକାଶରୁ ହେଉଛି ଅଗ୍ନି ବର୍ଷା। ଅସହ୍ୟ ହେଲାଣି ତାତି। ତତଲା କଡେଇରେ ପୂରା ଓଡିଶା। ଦିନ ୧୦ଟା ହେଲେ ଘରୁ ଗୋଡ କାଢିବା ମୁସ୍କିଲ ହୋଇ ଗଲାଣି। ସ୍ଥିତି ଏମିତି ଯେ, ଆଜି ରାଜ୍ୟର ୨୧ ସହରର ତାପମାତ୍ରା ୪୦ ଉପରେ ରହିଛି। କେଉଁ ଦିନ ସୋନପୁର ତ କେଉଁ ଦିନ ବଲାଙ୍ଗୀର ଏବଂ ଆଉ କେଉଁ ଦିନ ବାରିପଦା ଉତ୍ତପ୍ତ ସହର ପାଲୁଟୁଛି। ତେବେ ସୋମବାର ଅନୁଗୁଳ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ରହିଛି। ଏଠାରେ ପାରଦ ୪୩.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟ ସହରରେ ବଲାଙ୍ଗିରରେ ତାପମାତ୍ରା ୪୩.୨, ବୌଦ୍ଧରେ ୪୨, ବାରିପଦାରେ ୪୨ ଡିଗ୍ରୀ, ଢେଙ୍କାନାଳରେ ୪୨, ସୁନ୍ଦରଗଡରେ ୪୨, ଝାରସୁଗୁଡାରେ ୪୧.୮, ଟିଟିଲାଗଡରେ ୪୧.୭, ସୋନପୁରରେ ୪୧.୬, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ନୟାଗଡ, ୪୦.୫, କେନ୍ଦ୍ରାପଡାରେ ୪୦.୫ ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ଦ୍ଵୈତନଗରୀ ଭୁବନେଶ୍ଵର ଏବଂ କଟକରେ ପାରଦ ୪୦ ଟପିଛି। ଭୁବନେଶ୍ଵରରେ ୪୦.୨ ଏବଂ କଟକରେ ତାପମାତ୍ରା ୪୦.୫ ରେକର୍ଡ କରାଯାଇଛି। ତେବେ ଆସନ୍ତା ୪ ରୁ ୫ ଦିନ ଯାଏଁ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା କ୍ଷୀଣ ରହିଥିବା ପାଣିପାଗ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts