Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୧୮ ଜାତୀୟ ସାହସିକତା ପୁରସ୍କାର ଘୋଷଣା ; ଓଡ଼ିଶାରୁ ପାଇବେ ୪ ଜଣ

18/01/2019 at 3:00 PM

ନୂଆଦିଲ୍ଲୀ ୧୮|୧: ୨୦୧୮ ଜାତୀୟ ସାହସିକତା ପୁରସ୍କାର ଘୋଷଣା ହୋଇଛି । ମୋଟ୍ ୨୧ ଜଣଙ୍କୁ ମିଳିବ ଏହି ପୁରସ୍କାର । ସେମାନଙ୍କ ମଧ୍ୟରେ ୮ଜଣ ଝିଅ ଥିବାବେଳେ ୧୩ଜଣ ପୁଅ ଅଛନ୍ତି । ଓଡ଼ିଶାରୁ ୪ ଜଣ ପିଲା ପାଇବେ ପୁରସ୍କାର । ‘ନାସନାଲ୍  ଆଓ୍ଵାର୍ଡସ୍ ଫର୍ ବ୍ରେଭେରି ଫର୍  ଚିଲଡ୍ରେନ୍’ ବା ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଓଡିଶା ଦୁଇ ଜଣ ଝିଅଏବଂ ୨ଜଣ ପୁଅ । ସେମାନେ ହେଲେ ସିତୁ ମଲିକ, ଝିଲି ବାଗ, ରଞ୍ଜିତା ମାଝୀ ଏବଂ ବିଶ୍ବଜିତ୍ ପ୍ରଧାନ । ସିତୁ ମଲ୍ଲିକ ତାଙ୍କ ମାଆଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ । ବିଶ୍ବଜିତ୍ ପୁହାଣ ତାଙ୍କ ଭଉଣୀଙ୍କୁ ପାଣିରେ ବୁଡି ଯିବାବେଳେ ବଞ୍ଚାଇ ଥିଲେ । ଝିଲି ବାଗ କୂଅରେ ପଡିଥିବା ଉଭଣୀକୁ ଉଦ୍ଧାର କରିଥିଲେ । ନାବାଳିକା ରଞ୍ଜିତା ମାଝୀ ନିଜ ବିବାହକୁ ରୋକିବାରେ ସଫଳତା ପାଇଥିଲେ  ।

ଦେଶର କୌଣସି ରାଜ୍ୟରୁ ମନୋନୀତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଓଡିଶାର ସର୍ବାଧିକ ୪ଜଣ ପୁରସ୍କାର ପାଇବେ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ଏହି ସାହସୀ ପିଲାମାନଙ୍କୁ ନୂଆଦିଲ୍ଲୀଠାରେ ପୁରସ୍କାର ପ୍ରଦାନ କରାଯିବ । ୧୯୫୮ ମସିହା ଫେବ୍ରୁଆରୀ ୪ ତାରିଖରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେବେଠାରୁ ‘ଆଇସିସିଡବ୍ଲୁ’ ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।

   Related Posts