ଉତ୍ତରାଖଣ୍ଡରେ ୨୦୪ ଜଣ କଏଦୀ କରୋନାରେ ସଂକ୍ରମିତ, ଚିନ୍ତାରେ ଜେଲ ପ୍ରଶାସନ

Published By : Prameya-News7 Bureau | September 24, 2020 IST

ଉତ୍ତରାଖଣ୍ଡ ୨୪/୦୯: ଉତ୍ତରାଖଣ୍ଡର ଉଧମ ସିଂହ ନଗରରେ କରୋନା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କ୍ରମରେ ସିତାରଗଞ୍ଜ ଜେଲରେ କଏଦୀ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଏବେ ସୁଦ୍ଧା ୨୦୪ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏପରିକି ଅଣ୍ଡରଓ୍ବାଲର୍ଡ ଡନ୍ ପିପି ପାଣ୍ଡେ ମଧ୍ୟ କରୋନାରେ ସଂକ୍ରମିତ। ପିପିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋଭିଡ୍-୧୯ କେୟାର ସେଣ୍ଟରରେ ଭର୍ତି କରାଯାଇଛି।

ଏହି ଜେଲର ଅଧିକାଂଶ କଏଦୀ କରୋନାରେ ଆକ୍ରାନ୍ତ। ଏବେ ମାମଲା ବଢ଼ୁଥିବା ଦେଖି ଜେଲରେ ଆତଙ୍କ ଖେଳି ଯାଇଛି। କେବଳ ଏତିକି ନୁହେଁ ସଂକ୍ରମଣ ମାମଲା ଜେଲ ପ୍ରଶାସନର ଚିନ୍ତା ବଢ଼ାଇଛି। ତେବେ ସମସ୍ତ ସଂକ୍ରମିତ କଏଦୀଙ୍କୁ ରୁଦ୍ରପୁଟ ସ୍ଥାନାନ୍ତରିତ କରାଯାଇଛି।

ଏମାନଙ୍କ ମଧ୍ୟରୁ କରୋନା ସଂକ୍ରମିତଙ୍କ ତାଲିକାରେ କେବଳ ସିତାରଗଞ୍ଜର ଅଛନ୍ତି ୧୧୪ ଜଣ । ସେପ୍ଟେମ୍ବର ୧୯ରେ ୧୫୦ଜଣ କଏଦୀଙ୍କ ନମୁନା ସଂଗ୍ରହ କରାଯାଇ ଥିଲା। ଏଥିରୁ ୯୫ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଏହା ବାଦ୍ ବରୁଆବାଗରୁ ଜଣେ, ପାଞ୍ଚ ଜଣ ଶକ୍ତିଫାର୍ମ, ଚାରିଜଣ ସିତାରଗଞ୍ଜ, ଉକରୌଲିରୁ ଜଣେ, ଲାମାଖେଣ୍ଡାରୁ ଜଣେ ଏବଂ ସିଡକୁଲକୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.