ଆଉ ୪ ବର୍ଷକୁ ଅପେକ୍ଷା, ଜାଣନ୍ତୁ କେବେ ଓ କେଉଁଠି ଖେଳାଯିବ ପରବର୍ତ୍ତୀ ବିଶ୍ଵକପ୍

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ସଂପନ୍ନ ହୋଇ ସାରିଛି। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍‌ରେ ଭାରତକୁ ହରାଇ ଷଷ୍ଠ ଥର ଚାମ୍ପିଅନ ହୋଇଛି। ଆଉ ଭାରତର ତୃତୀୟ ଥର ଟ୍ରଫି  ଜିତିବା ସ୍ଵପ୍ନ ସ୍ଵପ୍ନରେ ରହି ଯାଇଛି। ଏବେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଇଣ୍ଡିଆ ଟିମ୍ ହାତରେ ବିଶ୍ଵକପ୍ ଟ୍ରଫି ଦେଖିବା ପାଇଁ ଚାରି ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ପରବର୍ତ୍ତୀ ବିଶ୍ଵକପ୍ ୨୦୨୭ରେ ଖେଳାଯିବ। ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ ଓ ନାମିବ୍ୟାର ମିଳିତ ଆନୁକୂଲ୍ୟରେ ଖେଳାଯିବ।

wp:heading {"level":4}

ଅଧିକ ପଢନ୍ତୁ- ଷ୍ଟପ୍ କ୍ଲକ୍: ଦିନିକିଆ ଓ ଟି-୨୦ରେ ବିଳମ୍ୱରେ ବୋଲିଂ କରିବା ପଡ଼ିବ ମହଙ୍ଗା, ICC ଆଣିଲା ନୂଆ ନିୟମ

/wp:heading

ଦ୍ଵିତୀୟ ଥର ଆଫ୍ରିକା ମହାଦ୍ଵୀପରେ ବିଶ୍ଵକପ୍ ଖେଳାଯିବ। ଏହା ପୂର୍ବରୁ ୨୦୦୩ରେ ଆୟୋଜନ ଦକ୍ଷିଣ ଆଫ୍ରିକାରେ ହୋଇଥିଲା। ସେହି ସମୟରେ ବି ଦକ୍ଷିଣ ଆଫ୍ରିକା ସହ ଜିମ୍ବାଓ୍ଵେ ଓ କେନିଆ ମିଶି ଆୟୋଜନ କରିଥିଲେ। ଉକ୍ତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ଵେ  ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଥିଲେ। କିନ୍ତୁ କେନିଆ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେମିରେ କେନିଆ ଭାରତୀୟ ଦଳଠୁ ପରାସ୍ତ ହୋଇଥିଲା। ୨୦ ବର୍ଷ ପୂର୍ବେ ଆଫ୍ରିକାରେ ଖେଳା ଯାଇଥିବା ବିଶ୍ଵକପ୍ ଟିମ୍ ଇଣ୍ଡିଆ ପାଇଁ ସ୍ମରଣୀୟ ରହିଥିଲା। ୧୯୮୩ ପରେ ଭାରତ ଉକ୍ତ ବିଶ୍ଵକପରେ ଦ୍ଵିତୀୟ ଥର ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା।

wp:heading

ଏହି ଦେଶ ଯୋଗ୍ୟତା ଅର୍ଜନ କରିବେ

/wp:heading

ଆୟୋଜକ ହୋଇଥିବା ଯୋଗୁଁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ଵେ ୨୦୨୭ ବିଶ୍ଵକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ମାତ୍ର ନାମିବ୍ୟା ସହିତ ଏମିତି ହେବନି। ଆଗାମୀ ସମୟରେ ନିଜ ପ୍ରଦର୍ଶନ ଆଧାରରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ।

ଆସନ୍ତା ବିଶ୍ଵକପ୍‌ରେ ୧୪ଟି ଦଳ ଅଂଶଗ୍ରହଣ କରିବେ। ଏଥିରୁ ଦୁଇଟି ଦଳ ପ୍ରଥମରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏହାପରେ ଏକ ନିର୍ଦ୍ଧାରିତ ସମୟ ଭିତରେ ଆଇସିସି ଦିନିକିଆ ମାନ୍ୟତାର ଟପ୍-୮ ଦଳ ସିଧାସଳଖ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଜରିଆରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବେ।

wp:heading

ଏମିତି ରହିବ ଫର୍ମାଟ୍

/wp:heading

ବିଶ୍ଵକପ୍ ୨୦୨୭ରେ ୭-୭  ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଏହା ପରେ ଲିଗ ଷ୍ଟେଜ୍‌ରୁ ଦୁଇ ଗ୍ରୁପରୁ ୩ଟି ଲେଖାଏଁ ଦଳ ଦ୍ଵିତୀୟ ରାଉଣ୍ଡରେ ପ୍ରବେଶ କରିବେ। ଗୋଟିଏ ଗ୍ରୁପର ଟିମ୍ ଅନ୍ୟ ଗ୍ରୁପର ଟିମ୍ ସହ ମ୍ୟାଚ୍ ଖେଳିବ। ଏହିପରି ଏହି ରାଉଣ୍ଡରେ ପ୍ରତ୍ୟେକ ଦଳ ତିନି ତିନି ମ୍ୟାଚ୍ ଖେଳିବେ। ଏହି ରାଉଣ୍ଡରେ ଦୁଇଟି ଦଳ ଏଲିମିନେଟ୍ ହେବେ ଏବଂ ୪ଟି ଦଳକୁ ନେଇ ସେମି ଫାଇନାଲ୍ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.