ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ସାରିଲା ବୋର୍ଡ

Published By : Prameya-News7 Bureau | March 04, 2024 IST

କଟକ ୦୪/୦୩: ସରିଲା ୨୦୨୪ର ମାଟ୍ରିକ ପରୀକ୍ଷା । ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଶେଷ ପରୀକ୍ଷାରେ ଥିଲା ସାମାଜିକ ବିଜ୍ଞାନ ବା ଇତିହାସ ଓ ଭୂଗୋଳ।

ନିର୍ଦ୍ଧାରିତ ସମୟରେ ପରୀକ୍ଷା ସାରିଥିଲା ଓ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରୁ ବାହାରିଥିଲେ । ଶେଷ ପରୀକ୍ଷା ସାରି କେନ୍ଦ୍ରରୁ ବାହାରିବା ପରେ ପରୀକ୍ଷାର୍ଥୀ ମାନଙ୍କର ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା । ଶେଷ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ନେଇ କହିଛନ୍ତି ପରୀକ୍ଷାର୍ଥୀ ମାନେ ।

ସେପଟେ ଚଳିତବର୍ଷ ମାଟ୍ରିକର ଶେଷ ପରୀକ୍ଷା ସୁରୁଖୁରୁରେ ସମାପ୍ତ ହୋଇଛି ବୋଲି ସ୍ପଷ୍ଟ କରିଛି ବୋର୍ଡ । ବୋର୍ଡ ପକ୍ଷରୁ କୁହାଯାଇଛି , ଯେ ଶେଷ ପରୀକ୍ଷାରେ କୌଣସି ସ୍ଥାନରେ ଅନିୟମିତତା ଅଭିଯୋଗ ଆସିନାହିଁ। ସମସ୍ତ ୩୦୪୭ ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ପରୀକ୍ଷା ସମାପ୍ତ ହୋଇଛି।ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।

ସୂଚନା ଥାଉକି, ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ସେପଟେ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଇଛି ।

wp:embed {"url":"https://www.prameyanews7.com/board-vice-president-reaction-over-matriculation-examination/","type":"wp-embed","providerNameSlug":"prameya-news-7"}
https://www.prameyanews7.com/board-vice-president-reaction-over-matriculation-examination/
/wp:embed

ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିଲା । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯାଇଛି । ବୋର୍ଡ ମୁଖ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖିଥିଲା । ଅନ୍ୟପଟେ ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.