୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ରାଇଟ୍ କିଣିଲା Viacom18, ଭାରତ ଏବଂ ଏହାର ଉପମହାଦେଶରେ କରିବ ପ୍ରସାରଣ
21/12/2022 at 10:17 PM

ନୂଆଦିଲ୍ଳୀ, ୨୧/୧୨: ୨୦୨୪ ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ମହାକୁମ୍ଭକୁ ଭାରତ ଏବଂ ଏହାର ଉପମହାଦେଶରେ ପ୍ରସାରଣ କରିବା ପାଇଁ ମିଡିଆ ରାଇଟ୍ସ କିଣିଛି ଭାଏକମ୍ ୧୮ ନେଟଓ୍ବର୍କ। ଏହି ରାଇଟ୍ସରେ ଭାଏକମ୍୧୮ ଏହାର ବିଭିନ୍ନ ପ୍ଲାଟଫର୍ମରେ ଅଲିମ୍ପିକ୍ସ ଖେଳକୁ ପ୍ରସାରିତ କରିପାରିବ। ଏହାସହ ଭାଏକମ୍ ୧୮ କୁ ଗାଙ୍ଗଓ୍ବନ ୨୦୨୪ରେ ହେବାକୁ ଥିବା ଶୀତକାଳୀନ ଯୁବ ଅଲିମ୍ପିକ୍ ଗେମ୍ସ ପ୍ରସାରଣ ପାଇଁ ମଧ୍ୟ ରାଇଟ୍ସ ମିଳିଛି। ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ୍ ସମିତି (ଆଇଓସି), ଭାଏକମ୍୧୮ ମିଡିଆ, ଭାଏକମ୍ ଏବଂ ନେଟଓ୍ବର୍କ ୧୮ ଗ୍ରୁପ୍ର ମିଳିତ ବୟାନରେ ଏନେଇ ସୂଚନା ଦିଆଯାଇଛି।
ଆଇଓସି ସଭାପତି ଥମାସ ବାକ୍ କହିଛନ୍ତି ଏହି ସହଭାଗିତା ଦ୍ବାରା ଭାରତ ଏବଂ ଉପମହାଦେଶର ଫ୍ୟାନ୍ମାନେ ଏହାର ମଜା ନେଇପାରିବେ। ଅଲିମ୍ପିକ୍ର ମଜା ନେଇପାରିବେ। ଭାଏକମ୍ ୧୮ ସ୍ପୋର୍ଟ୍ସର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, ଆମେ ଖୁସି ଯେ ଆମେ ପ୍ଲାଟଫର୍ମର ଅନେକ ପ୍ଲାଟଫର୍ମର ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କୁ ଲାଇଭ୍ ଅଲିମ୍ପିକ୍ ଖେଳ୍ ଦେଖାଇପାରିବୁ।