ବିଜେପି ଓ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି: ମନମୋହନ ସାମଲ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ଵର: ଯାହାକୁ ନେଇ ରାଜ୍ୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ। ଗତ କିଛି ଦିନ ହେବ ଗଣମାଧ୍ୟମଠୁ ନେଇ ସାମାଜିକ ଗଣମାଧ୍ୟମରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର  ଧରିଥିଲା। ଏପରିକି ସିଟ୍ ସେୟାରିଂର ଫର୍ମୁଲା ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ତେବେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

wp:heading {"level":4}

Also read- ‘ନମୋ’ ଆପ୍ ନିର୍ଦ୍ଧାରଣ କରିବ ବିଜେପି ସାଂସଦଙ୍କ ଭବିଷ୍ୟତ, ପାଖାପାଖି ୮୦ ସାଂସଦଙ୍କ ଟିକେଟ ସଂକଟରେ, ଜାଣନ୍ତୁ ପ୍ରସ୍ତୁତିରେ ରହିଛି ଆଉ କ’ଣ?

/wp:heading

ଦିଲ୍ଲୀ ଗସ୍ତରୁ ଫେରିବାପରେ ଭୁବନେଶ୍ଵର ବିମାନ ବନ୍ଦରରେ ଗଣମାଧ୍ୟମ  ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ବିଜେପି ଓ  ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ। ସେ କହିଛନ୍ତି ଓଡ଼ିଶାରେ ବିଜେପି ଏକାକୀ ନିଜ ଦମରେ ନିର୍ବାଚନ ଲଢିବ। ଦଳ ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ୍‌ରେ ଦଳ ନିର୍ବାଚନ ଲଢିବ। ରାଜ୍ୟରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ଆସନ୍ତାକାଲି ପାର୍ଟି ୧୦୦ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିବ ବୋଲି  ବିଜେପି ରାଜ୍ୟ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ସାମାଜିକ ଗଣମାଧ୍ୟମରେ ତ ବିଜେଡି ବିଜେପି ସିଟ୍ ସେୟାରିଂ ଅଙ୍କ ବି ଘୁରି ବୁଲୁଛି । ଏହି ସୂଚନା ମୁତାବକ ଲୋକସଭାରେ ବିଜେପି ୧୪, ବିଜେଡି ୭ ଏବଂ ବିଧାନସଭାରେ ବିଜେଡି ୧୦୬ ଏବଂ ବିଜେପି ୪୧ ଆସନ ପାଇଁ ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏଭଳି ଚର୍ଚ୍ଚାକୁ ଆଉ ଟିକେ ବଳ ଦେଇଛି ମାର୍ଚ୍ଚ ୫ରେ ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ଆଉ ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଗ୍ରାଣ୍ଡ ୱେରେ ପାଳନ ପାଇଁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଏମିତିରେ ପ୍ରଧାନମନ୍ତ୍ରୀ ଓଡ଼ିଶା ବାବଦରେ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.